ଇସ୍ପାତ ଏକ୍ସପ୍ରେସରେ ଏସି-୩ ଟାୟାର କୋଚ୍ର ସଂଯୋଗ
ଭୁବନେଶ୍ବର : ଯାତ୍ରୀ ଭିଡ଼ ସହ ଏସି କୋଚ୍ରେ ଟ୍ରେନ୍ ଯାତ୍ରାର ଚାହିଦାକୁ ଦୃଷ୍ଟିରେ ରଖି ରେଳବାଇ ପକ୍ଷରୁ ଇସ୍ପାତ ଏକ୍ସପ୍ରେସରେ ଗୋଟିଏ ଏସି-୩ ଟାୟାର କୋଚ୍ର ସ୍ଥାୟୀ ସଂଯୋଗ କରିବାକୁ ନିଷ୍ପତ୍ତି ହୋଇଛି। ହାୱଡ଼ା-ଟିଟିଲାଗଡ଼-ହାୱଡ଼ା ଇସ୍ପାତ ଏକ୍ସପ୍ରେସ (୧୨୮୭୧/୧୨୮୭୨) ହାୱଡ଼ାଠାରୁ ଏପ୍ରିଲ ୧୮ରୁ ଓ ଟିଟିଲାଗଡ଼ଠାରୁ ଏପ୍ରିଲ ୧୯ରୁ ଗୋଟିଏ ଅତିରିକ୍ତ ଏସି-୩ ଟାୟାର କୋଚ୍ ସହ ଚଳାଚଳ କରିବ।