କଣ୍ଟାବାଞ୍ଜି ପର୍ଯ୍ୟନ୍ତ ଚାଲିବ ଇସ୍ପାତ ଏକ୍ସପ୍ରେସ୍‌

ରାଉରକେଲା: ଯାତ୍ରୀଙ୍କ ଚାହିଦାକୁ ଦୃଷ୍ଟି‌ରେ ରଖି ଦକ୍ଷିଣପୂର୍ବ ରେଳବାଇ ପକ୍ଷରୁ ହାୱଡା-ଟିଟିଲାଗଡ ଇସ୍ପାତ ଏକ୍ସପ୍ରେସ୍‌କୁ କଣ୍ଟାବାଞ୍ଜି ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଇଛି। ଆସନ୍ତା ୧୪ରୁ ସପ୍ତାହର ଚାରି ଦିନ ଅର୍ଥାତ୍‌ ରବିବାର, ମଙ୍ଗଳବାର, ଗୁରୁବାର ଓ ଶୁକ୍ରବାର ଚାରି ଦିନ କଣ୍ଟାବାଞ୍ଜି ପର୍ଯ୍ୟନ୍ତ ଇସ୍ପାତ ଏକ୍ସପ୍ରେସ୍‌ ଚାଲିବ। ଟିଟିଲାଗଡ-ହାୱଡା ଇସ୍ପାତ ଏକ୍ସପ୍ରେସ୍‌ ଟିଟଲାଗଡ ପରିବର୍ତ୍ତେ କଣ୍ଟାବାଞ୍ଜିରୁ ଛାଡ଼ିବ। ସପ୍ତାହର ଚାରି ଦିନ ଅର୍ଥାତ୍‌ ସୋମବାର, ବୁଧବାର, ଶୁକ୍ରବାର ଓ ଶନିବାର ଚାଲିବ। ହାୱଡା -କଣ୍ଟାବାଞ୍ଜି ଇସ୍ପାତ ଏକ୍ସପ୍ରେସ୍‌ ହାୱଡାରୁ ସକାଳ ୬ଟା ୩୫ ମିନିଟ୍‌ରେ ଛାଡିବ। କଣ୍ଟାବାଞ୍ଜିରେ ରାତି ୮ଟା ୩୫ ମିନିଟ୍‌ରେ ପହଞ୍ଚିବ। କଣ୍ଟାବାଞ୍ଜି-ହାୱଡା ଇସ୍ପାତ ଏକ୍ସପ୍ରେସ୍‌ କଣ୍ଟାବାଞ୍ଜିରୁ ଅପରାହ୍ନ ୪ଟା ୧୫ ମିନିଟ୍‌ରେ ଛାଡିବ। ହାୱଡା ଷ୍ଟେସନରେ ସେହିଦିନ ସଂଧ୍ୟା ୬ଟା ୧୫ ମିନିଟ୍‌‌ରେ ପହଞ୍ଚିବ। ଆସନ୍ତା ୧୬ ଅଗଷ୍ଟରୁ ଡାୱଡା-ଟିଟିଲାଗଡ-କଣ୍ଟାବାଞ୍ଜି ଇସ୍ପାତ ଏକ୍ସପ୍ରେସ୍‌ (୧୨୮୭୧) ହାୱଡା ଷ୍ଟେସନରୁ ସପ୍ତାହର ରବିବାର, ମଙ୍ଗଳବାର, ଗୁରୁବାର ଓ ଶୁକ୍ରବାର ଚାଲିବାକୁ ଟ୍ରେନ୍‌ର ନମ୍ବର (୨୨୮୬୧) ରହିବ। ଅନୁରୂପ ଭାବେ କଣ୍ଟାବାଞ୍ଜି-ଟିଟିଲାଗଡ-ହାୱଡା ଇସ୍ପାତ ଏକ୍ସପ୍ରେସ୍‌ କଣ୍ଟାବାଞ୍ଜି ଷ୍ଟେସନରୁ ସପ୍ତାହରେ ଚାରି ଦିନ ସୋମବାର, ବୁଧବାର, ଶୁକ୍ରବାର ଓ ଶନିବାର ଚାଲିବାକୁ ଥିବା ଟ୍ରେନ୍‌ର ନମ୍ବର (୨୨୮୬୨) ରହିବ।

ସମ୍ବନ୍ଧିତ ଖବର