ପାଣିରେ ବୁଡ଼ି ଇସ୍ରୋ ଯୁବ ବୈଜ୍ଞାନିକଙ୍କ ମୃତ୍ୟୁ

ବରଗଡ଼: ପାଣିରେ ବୁଡ଼ି ଇସ୍ରୋ ବୈଜ୍ଞାନିକ ନିହାରରଞ୍ଜନ ପ୍ରଧାନ (୨୭)ଙ୍କ ମୃତ୍ୟୁ ହୋଇଯାଇଛି। ନିହାରଙ୍କ ଘର ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଝାରପାଲି ଗ୍ରାମରେ। ଆଜି ମଧ୍ୟାହ୍ନ‌ରେ ସେ ନିକଟସ୍ଥ ପୋଖରୀକୁ ଗାଧୋଇବାକୁ ଯାଇଥିବାବେଳେ ପହଁରା ଜାଣି ନଥିବାରୁ ଗଭୀର ପାଣିରେ ବୁଡ଼ି ଯାଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଭୁକ୍ତା ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କ ଅକାଳ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ମହାକାଶ ବିଜ୍ଞାନରେ ରୁଚି ରଖୁଥିବା ନିହାରଙ୍କର ଆଇଆଇଏସ୍‌ଟିର ଏରୋସ୍ପେସ୍‌ ଇଞ୍ଜିନିୟରିଂରେ ଦକ୍ଷତା ରହିଥିଲା। ଗତବର୍ଷ ଜାନୁଆରି ସେ ଇସ୍ରୋରେ ବୈଜ୍ଞାନିକ ଭାବେ ନିଯୁକ୍ତି ପାଇଥିଲେ। ଜଣେ କୃଷକ ପରିବାର ଏବଂ ଦୁର୍ଗମ ଅଂଚଳର ପିଲା ଏଭଳି ସଫଳତା ପାଇବା ଏକଦା ଚର୍ଚ୍ଚାର କେନ୍ଦ୍ରବିନ୍ଦୁରେ ରହିଥିଲା। ୧୫ ଦିନର ଛୁଟିନେଇ ସେ ଗତ ଶନିବାର ଦିନ ଗାଁରେ ପହଞ୍ଚିଥିଲେ। ଏହିଭଳି ଏକ ଦୁଃଖଦ ଘଟଣାରେ ପିତା ରାଜକୁମାର, ମା’ ପଙ୍କଜିନୀ ଏବଂ ଭାଇ ନିହାର ସଂପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି।

ସମ୍ବନ୍ଧିତ ଖବର