ସ୍ବତନ୍ତ୍ର ଓଜେଇଇ ପାଇଁ ଆଡମିଟ୍‌ କାର୍ଡ ଜାରି

ଭୁବନେଶ୍ବର : ସେପ୍ଟେମ୍ବର ୩ରୁ ସ୍ବତନ୍ତ୍ର ଓଜେଇଇ। ବିଭିନ୍ନ ପାଠ୍ୟକ୍ରମ ଲାଗି ୨୮ ହଜାର ୬୨୦ ଜଣ ଛାତ୍ରଛାତ୍ରୀ ଆବେଦନ କରିଥିବା ବେଳେ ଆଜିଠାରୁ ଆଡମିଟ୍‌ କାର୍ଡ ଡାଉନ୍‌ଲୋଡ୍‌ ପ୍ରକ୍ରିୟା ଆରମ୍ଭ ହୋଇଛି। ଆବେଦନକାରୀ ଓଜେଇଇ ୱେବସାଇଟ୍‌ରେ ସେମାନଙ୍କ ଆପ୍ଲିକେସନ ନମ୍ବର ଓ ଜନ୍ମ ତାରିଖ ଦାଖଲ କରି ଆଡମିଟ୍‌ କାର୍ଟ ଡାଉନ୍‌ଲୋଡ୍‌ କରିପାରିବେ। ପରୀକ୍ଷା ଲାଗି ରାଜ୍ୟର ୨୮ଟି ସହରରେ ୩୮ଟି ପରୀକ୍ଷା କେନ୍ଦ୍ର କରାଯାଇଛି। ଏହାବ୍ୟତୀତ କଲିକତା, ରାଞ୍ଚି ଓ ପାଟଣାରେ ଗୋଟିଏ ଲେଖାଏ ପରୀକ୍ଷା କେନ୍ଦ୍ର ହୋଇଛି।

ସମ୍ବନ୍ଧିତ ଖବର