ବିଜେପିର ଚାଷୀ ବିରୋଧୀ ନୀତି ପଦାରେ ପଡ଼ିଛି: ବିଜେଡି

ଭୁବନେଶ୍ୱର : ବିଜେପିର ସାମ୍ବାଦିକ ସମ୍ମିଳନୀ ପୁଣି ଥରେ ଓଡ଼ିଶା ବିଜେପିର ଚାଷୀ ବିରୋଧୀ ମନୋଭାବକୁ ପଦାରେ ପକାଇଛି। ଚାଷୀମାନେ ଏହାର ଉଚିତ୍‍ ଜବାବ ଦେବେ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଗୌତମବୁଦ୍ଧ ଦାସ। ଶ୍ରୀ ଦାସ କହିଛନ୍ତି ଯେ ଗତକାଲି ଓଡ଼ିଶାର ଚାଷୀଙ୍କ ପାଇଁ ଇନପୁଟ୍‌ ସବସିଡି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ। ଓଡ଼ିଶାର ଚାଷୀଙ୍କୁ ସହାୟତା କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଇନପୁଟ୍ ସବସିଡି ଭଳି ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପକୁ ପ୍ରଶଂସା କରିବା ପରିବର୍ତ୍ତେ ଆଜି ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଏହାକୁ ରୋକିବାକୁ ବିଜେପି ଚେଷ୍ଟା କରୁଛି।

ପୂର୍ବରୁ ଯେପରି ବିଜେପି ଚାଷୀଙ୍କ ଫସଲ ବୀମା ଦେୟକୁ ଅଟକାଇ ଥିଲା, ଏବେ ସେହିପରି କଟା ଘା’ରେ ଲୁଣ ଛିଞ୍ଚୁଛି। ପୂର୍ବରୁ ସେମାନେ ଫସଲ ବୀମାକୁ ଅଟକାଉଥିବା ବେଳେ ଏବେ ଇନପୁଟ୍ ସବସିଡି ବନ୍ଦ କରିବାକୁ ଚେଷ୍ଟା କରୁଛନ୍ତି। ଏଥିରେ ବିଜେପିର ଚାଷୀ ତଥା ଚାଷ ବିରୋଧୀ ନୀତି ପଦାରେ ପଡ଼ିଛି। ଫସଲ ବୀମାକୁ ଅଟକାଇଥିବାରୁ ଓଡ଼ିଶା, ବିଶେଷକରି ପଦ୍ମପୁରର ଚାଷୀମାନେ ବିଜେପି ଉପରେ ରାଗିଥିଲେ। ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଦେଉଥିବା ଇନପୁଟ୍ ସବସିଡିକୁ ବିଜେପି ସମାଲୋଚନା କରୁଛି। ଚାଷୀମାନେ ଏହାର ଉଚିତ ଜବାବ ଦେବେ ବୋଲି ଶ୍ରୀ ଦାସ କହିଛନ୍ତି।

ସମ୍ବନ୍ଧିତ ଖବର