ଖାଲି ପଡ଼ିଥିବା ଡାକ୍ତର ପଦବି ପୂରଣ ପ୍ରସଙ୍ଗ: ୨୧ରେ ହାଇକୋର୍ଟରେ ସ୍ବତନ୍ତ୍ର ଶୁଣାଣି, ସରକାର ରଖିବେ ପକ୍ଷ

କଟକ : ରାଜ୍ୟର ବିଭିନ୍ନ ସରକାରୀ ଡାକ୍ତରଖାନାରେ ଖାଲି ପଡ଼ିଥିବା ଡାକ୍ତର ପଦବି ପୂରଣ ସହିତ ରୋଗୀଙ୍କ ପାଇଁ ରହିଥିବା ସୁବିଧା ପ୍ରସଂଗରେ ମେ ୨୧ରେ ହାଇକୋର୍ଟରେ ସ୍ବତନ୍ତ୍ର ଶୁଣାଣି ‌ହେବ।

ମେ ୨୧ରୁ ଗ୍ରୀଷ୍ମ ଅବକାଶ ଛୁଟି ଆରମ୍ଭ ହେଉଥିଲେ ମଧ୍ୟ ହାଇକୋର୍ଟ ସ୍ବତନ୍ତ୍ର ଭାବେ ବସି ଏହି ଗୁରୁତ୍ବପୂର୍ଣ୍ଣ ପ୍ରସଂଗରେ ଶୁଣାଣି କର‌ିବେ। ଆଜି ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ. ମୁରଲୀଧର ଓ ଜଷ୍ଟିସ ବି.ପି.ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଆଇନଜୀବୀ ଚିତ୍ତରଂଜନ ମହାନ୍ତିଙ୍କ ମାମଲାର ଶୁଣାଣି ସମୟରେ ଜିଲ୍ଲା ଆଇନସେବା ପ୍ରାଧିକରରଣ (ଡିଏଲଏସ) ରିପୋର୍ଟ ଉପରେ ଜବାବ ରଖିବାକୁ ସରକାର ଅଧିକ ସମୟ ଲୋଡିଥିଲେ। ଏହି ଗୁରୁତ୍ବପୂର୍ଣ୍ଣ ପ୍ରସଂଗରେ ଇତିମଧ୍ୟରେ ତିନି ମାସ ବିତି ଯାଇଥିଲେ ମଧ୍ୟ ଡିଏଲଏସ ରିପୋର୍ଟ ଉପରେ ସରକାର ଜବାବ ନ ରଖିବା ଘଟଣାକୁ ନେଇ ହାଇକୋର୍ଟ ଅସନ୍ତୋଷବ୍ୟକ୍ତ କରିବା ସହିତ ମାମଲାର ପରବର୍ତ୍ତୀ ଶୁଣାଣି ମେ ୨୧କୁ ଧାର୍ଯ୍ୟ କରିଛନ୍ତି। ପରବର୍ତ୍ତୀ ଶୁଣାଣି ସମୟରେ ଖାଲି ପଡିଥିବା ଡାକ୍ତର ପଦବି ଓ ସରକାରୀ ଡାକ୍ତରଖାନାରେ ରୋଗୀଙ୍କ ପାଇଁ ବିଭିନ୍ନ ବ୍ୟବସ୍ଥା ସଂକ୍ରାନ୍ତରେ ସରକାର ଜବାବ ରଖିବେ ବୋଲି ହାଇକୋର୍ଟ କହିଛନ୍ତି।

ଶିକ୍ଷକ ନିଯୁକ୍ତି ପରୀକ୍ଷାରେ ପ୍ରଶ୍ନପତ୍ର ପ୍ରଘଟ ମାମଲା: ଅଭିଯୋଗ ଉପରେ ନିଷ୍ପତ୍ତି ନେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
କଟକ : ସରକାରୀ ହାଇସ୍କୁଲରେ ଚୁକ୍ତିଭିତ୍ତିକ ଶାରୀରିକ ଶିକ୍ଷା ଶିକ୍ଷକ(ପିଇଟି) ନିଯୁକ୍ତି ଲାଗି  ଅନୁଷ୍ଠିତ ପରୀକ୍ଷା (କମ୍ପ୍ୟୁଟର ବେସ୍‌ଡ ଟେଷ୍ଟ)ରେ ବ୍ୟାପକ ଅନିୟମିତତାକୁ ନେଇ ହୋଇଥିବା ଅଭିଯୋଗ ଉପରେ ଉପଯୁକ୍ତ ପଦକ୍ଷେପ ଗ୍ରହଣ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ଏ ସଂପର୍କିତ ଅଭିଯୋଗରେ ରହିଥିବା ତଥ୍ୟ ଅନୁଧ୍ୟାନ କରି  ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଆଇନ ଅନୁସାରେ ନିଷ୍ପତ୍ତି ନେବେ ବୋଲି ହାଇକୋର୍ଟ କହିଛନ୍ତି। ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ସସ୍ମିତା ମହାନ୍ତ ଓ ଅନ୍ୟ ୬ଜଣଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ସତ୍ୟବ୍ରତ ଶତପଥୀ ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର