ଭୁବନେଶ୍ବର : ବିଜେଡି ଓ ବିଜେପି ରାଜଧାନୀରେ ପାର୍ଟି ଅଫିସ୍‌ ନିର୍ମାଣ କରିବାକୁ ରାଜ୍ୟ ସରକାରଙ୍କ ଠାରୁ ଜମି ଲିଜ୍‌‌େର ନେଇଛନ୍ତି। ପୂର୍ବରୁ ଉତ୍କଳ ପ୍ରଦେଶ କଂଗ୍ରେସ କମିଟି, ସିପିଆଇ(ଏମ୍‌), ସିପିଆଇ ଜମି ଲିଜ୍‌ରେ ନେଇଥିବାବେଳେ ଏବେ ଏହି ଦୁଇ ଦଳ ନେଇଛନ୍ତି।

Advertisment

ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଆଜି ବିଧାନସଭାରେ ଦେଇଥିବା ସୂଚନା‌ ଅନୁଯାୟୀ, ବିଜେଡି ୟୁନିଟ୍‌-୬ରେ ପ୍ରଚଳିତ ବେଞ୍ଚମାର୍କ ଭାଲ୍ୟୁଏସନ୍ ଅନୁସାରେ ଏକର ପିଛା ୧୦କୋଟି ୪୭ଲକ୍ଷ ଟଙ୍କା ହିସାବରେ ୧୨କୋଟି ୩୮ଲକ୍ଷ ୬୦ହଜାର ୧୦୦ଟଙ୍କା ଦେଇ ୧ଏକର ୧୮୩ ଡିସିମିଲ ଜମି ନେଇଛି। ବିଜେପି ଏକର ପିଛା ବେଞ୍ଚମାର୍କ ଭାଲ୍ୟୁଏସନ୍ ଅନୁସାରେ ୧୬କୋଟି ୬୦ଲକ୍ଷ ଟଙ୍କା ହିସାବରେ ୯୦୯ ଡିସିମିଲ୍ ଜମି ପାଇଁ ୧୫କୋଟି ୮ଲକ୍ଷ ୯୪ହଜାର ଟଙ୍କା ଏବଂ ଏକର ପିଛା ବେଞ୍ଚମାର୍କ ଭାଲ୍ୟୁଏସନ୍ ୨୯କୋଟି ଟଙ୍କା ହିସାବରେ ୩୭୦ ଡିସିମିଲ ଜମି ପାଇଁ ୧୦କୋଟି ୭୩ଲକ୍ଷ ଟଙ୍କା ଦେଇଛି। ଏହିଭଳି ମୋଟ୍ ୨୫କୋଟି ୮୧ଲକ୍ଷ ୯୪ହଜାର ଟଙ୍କା ଜମା କରି ୧ଏକର ୨୭୯ ଡିସିମିଲ ସରକାରୀ ଜମି ଲିଜ୍‌ ସୂତ୍ରରେ ନେଇଛନ୍ତି। ସେହିପରି ଭୁବନେଶ୍ବରରେ ଦଳୀୟ କାର୍ଯ୍ୟାଳୟ ପାଇଁ ୧୯୬୪ ମସିହାରେ ଉତ୍କଳ ପ୍ରଦେଶ କଂଗ୍ରେସ କମିଟି ଏକର ପିଛା ୧୦ହଜାର ଟଙ୍କା ହିସାବରେ ୫ହଜାର ଟଙ୍କା ଦେଇ ୫୦୦ ଡିସିମିଲ, ୧୯୯୨ ମସିହାରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି(ମାର୍କ୍ସବାଦୀ) ଏକର ପିଛା ୧ଲକ୍ଷ ଟଙ୍କା ହିସାବରେ ୧୭୭୯୧. ୪୫ ଟଙ୍କା ମୂଲ୍ୟରେ ୧୭୮ ଡିିସିମିଲ, ୧୯୯୮ ମସିହାରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଏକର ପିଛା ୬ହଜାର ୬୦୦ଟଙ୍କା ହିସାବରେ ୮୬୧ଟଙ୍କା ୩୪ ପଇସା ଦେଇ ୧୨୯ଡିସିମିଲ ପରିମିତ ସରକାରୀ ଜମି ଲିଜ୍‌ ସୂତ୍ରରେ ନେଇଥିଲେ।