କଟକ : ସାରଳା ରିୟଲକନ୍ ପ୍ରାଇଭେଟ ଲିମିଟେଡର ସ୍ଥାବର ଓ ଅସ୍ଥାବର ସ˚ପତ୍ତି ନିଲାମ ନିର୍ଦ୍ଦେଶ ଉପରେ ହାଇକୋର୍ଟ ରହିତାଦେଶ ଜାରି କରିଛନ୍ତି। ସଂସ୍ଥାର ସଂପତ୍ତି ବାଜ୍ୟାପ୍ତି କରି ନିଲାମ ପାଇଁ କଟକ ସ୍ବତନ୍ତ୍ର ଅଦାଲତ ୨୦୨୨, ଅକ୍ଟୋବର ୧୪ରେ ପ୍ରଦାନ କରିଥିବା ନିର୍ଦ୍ଦେଶକୁ ଚାଲେଞ୍ଜ କରି ସାରଳା ରିୟଲକନ୍ ଓ ସଂସ୍ଥାର ମୁଖ୍ୟ ଗୟାଧର ଜେନା ଦାୟର କରିଥିବା ଅାବେଦନକୁ ହାଇକୋର୍ଟ ବିଚାର ପାଇଁ ଗ୍ରହଣ କରିଛନ୍ତି। ଏଥିସହିତ ଅକ୍ଟୋବର ୧୪ର ସ୍ବତନ୍ତ୍ର ଅଦାଲତଙ୍କ ରାୟ ଉପରେ ହାଇକୋର୍ଟ ଆଜି ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି। ନଭେମ୍ବର ଶେଷ ସପ୍ତାହରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି। ଜଷ୍ଟିସ ଶଶିକାନ୍ତ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଗୌତମ ମିଶ୍ର ଓ ଆଇନଜୀବୀ ସୌମ୍ୟଜ୍ୟୋତି ବିଶ୍ବାଳ ମାମଲା ମାମଲା ପରିଚାଳନା କରୁଛନ୍ତି।
ସାରଳା ରିୟଲକନର ସଂପତ୍ତି ନିଲାମ ନିର୍ଦ୍ଦେଶ ପ୍ରସଙ୍ଗ: ହାଇକୋର୍ଟଙ୍କ ଅନ୍ତରୀଣ ରହିତାଦେଶ
/sambad/media/post_attachments/wp-content/uploads/2022/10/sarala-realcon.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)