ଭୁବନେଶ୍ବର : ପେଟ୍ରୋଲ ଓ ଡିଜେଲ ଉପରେ କେନ୍ଦ୍ର ସରକାର ଅହେତୁକ ଟିକସ ବୃଦ୍ଧି କରିବାରୁ ଦର ଆକାଶଛୁଆଁ ହେଲାଣି। ରନ୍ଧନଗ୍ୟାସ୍ ବି ବଢ଼ିଚାଲିଛି। ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଥିଲେ, ୟୁପିଏ ସରକାର କ୍ଷମତାରେ ଥିବାବେଳେ ପେଟ୍ରୋଲ ଓ ଡିଜେଲ ଦରରେ ସାମାନ୍ୟ ବୃଦ୍ଧି ଘଟିଲେ ଜଣେ ସେତେବେଳର ମୁଖ୍ୟମନ୍ତ୍ରୀ କହିଥିଲେ ଯେଉଁ ପ୍ରଧାନମନ୍ତ୍ରୀ ତୈଳ ଦର ନିୟନ୍ତ୍ରଣ କରିପାରୁନାହାନ୍ତି ସେ ଦେଶଦ୍ରୋହୀ। ଏବେ ସେହି ବ୍ୟକ୍ତି ଦେଶର ଶାସନ ଭାର ଦାୟିତ୍ବରେ ରହିଛନ୍ତି। ତାହେଲେ ତାଙ୍କ ଭାଷାରେ କିଏ ଦେଶଦ୍ରୋହୀ, ସେ ନିଜେ ସ୍ପଷ୍ଟ କରିଦେବା ଦରକାର। ପରେ ଶୂନ୍ୟକାଳରେ ବିରୋଧୀ ଦଳ ଉପନେତା ତଥା ବିଜେପି ବିଧାୟକ ବିଷ୍ଣୁ ଚରଣ ସେଠୀ ପ୍ରଧାନମନ୍ତ୍ରୀ ମୋଦୀ ଦେଶର ଐକ୍ୟତା ରକ୍ଷା ପାଇଁ କଣ କାର୍ଯ୍ୟ କରିଛନ୍ତି ସେ ସମ୍ପର୍କରେ କହିବା ସହ କଂଗ୍ରେସ ଦଳ ପ୍ରତି କଟାକ୍ଷ କରିଥିଲେ।
ପେଟ୍ରୋଲ ଓ ଡିଜେଲ ଦରବୃଦ୍ଧି ପ୍ରସଙ୍ଗ: କିଏ ଦେଶଦ୍ରୋହୀ?
/sambad/media/post_attachments/wp-content/uploads/2020/10/petrol.png)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)