ସ୍କୁଲ୍‌ ଉଚ୍ଛେଦକୁ ଅଭିଭାବକ ମହଲରେ ବିରୋଧ, ଶିକ୍ଷାରୁ ବଞ୍ଚିତ ହେଲେ ୨୯ ଛାତ୍ରଛାତ୍ରୀ

ବେଲଖଣ୍ଡି : ସାହାଜପାଟି ସରକାରୀ ପ୍ରାଥମିକ ବିଦ୍ୟାଳୟ ୧୭/୧୨/୧୯୭୩ ମସିହାରେ ସ୍ଥାପିତ ହୋଇଥିଲା। ସରକାରଙ୍କ ନୂତନ ନିର୍ଦେଶ ଅନୁସାରେ ଯେଉଁ ବିଦ୍ୟାଳୟରେ ଛାତ୍ରଛାତ୍ରୀ ସଂଖ୍ୟା ୪୦ ରୁ କମ୍‌ଥିବ, ସେହି ସ୍କୁଲକୁ ପାଖରେ ଥିବା ସରକାରୀ ସ୍କୁଲରେ ମିଶ୍ରଣ କରାଯିବ। ଫଳରେ ସାହାଜପାଟି ସରକାରୀ ପ୍ରାଥମିକ ବିଦ୍ୟାଳୟ ଉଚ୍ଛେଦ ହୋଇ ଅନ୍ୟ ସ୍କୁଲରେ ମିଶ୍ରଣ ହୋଇଥିଲା। ଏନେଇ ଛାତ୍ରଛାତ୍ରୀ, ଗ୍ରାମବାସୀ ତଥା ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ ପାଇଛି।

ଅଭିଭାବକମାନେ ଛାତ୍ରଛାତ୍ରୀଙ୍କ ଟିସି ନେବା ପାଇଁ ନିଷ୍ପତ୍ତି ନେଇଛନ୍ତି। କାରଣ ତାଲଭଅଁରା ୟୁପି ଏମ୍‌ଇ ସରକାରୀ ବିଦ୍ୟାଳୟ ସାହାଜପାଟି ଠାରୁ ଦୂରରେ ଅବସ୍ଥିତ। ନିର୍ଜନ ବାଟ ହୋଇଥିବାରୁ ପୂର୍ବରୁ ପାଗଳ କୁକୁର କିଛି ପିଲାଙ୍କୁ ଆକ୍ରମଣ କରିଛି। ଏଥିପାଇଁ ମଧ୍ୟ କିଛି ଛାତ୍ରଛାତ୍ରୀ ସ୍କୁଲ ଯିବାକୁ ଭୟ କରୁଛନ୍ତି। ଏଣୁ ସ୍କୁଲରେ ପଢୁଥିବା ସମସ୍ତ ଛାତ୍ରଛାତ୍ରୀଙ୍କ ଟିସି ନେଇଯାଇଛୁ ବୋଲି ଅଭିଭାବକ ଜଣାଇଛନ୍ତି। ଏନେଇ ବିଇଓଙ୍କୁ ପଚାରିବାରୁ ସାହାଜପାଟି ସରକାରୀ ସ୍କୁଲରେ ୪୦ ରୁ କମ୍‌ ଛାତ୍ରଛାତ୍ରୀ ହେତୁ ତାଲଭଅଁରା ସରକାରୀ ୟୁପିଏମ୍‌ଇ ବିଦ୍ୟାଳୟରେ ମିଶ୍ରଣ କରାଯାଇଛି ବୋଲି ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର