ସଂସଦରେ ପୁଣି ଉଠିଲା ସ୍ବତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗ : ତିନି ବର୍ଷ ଲାଗୁ ପାଇଁ ଦାବି କଲେ ସା˚ସଦ ଅନୁଭବ

କେନ୍ଦ୍ରାପଡ଼ା : ଓଡ଼ିଶାକୁ ଯଦି ସ୍ବତନ୍ତ୍ର ରାଜ୍ୟ ପାହ୍ୟର ମାନ୍ୟତା ମିଳେ, ତେବେ ବିକାଶ କ୍ଷେତ୍ରରେ ରାଜ୍ୟ ଦେଶରେ ନମ୍ବର ଓ୍ୱାନ୍‌ ହେଇପାରିବ। ଦୀର୍ଘ ବର୍ଷ ନ ହେଲେ ବି ଅତି କମ୍‌ରେ ତିନି ବର୍ଷ ପାଇଁ ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦିଆଯାଉ। ଲୋକସଭାରେ ଚାଲିଥିବା ବଜେଟ୍‌ ଅଧିବେଶନ ଆଲୋଚନାରେ ଭାଗ ନେଇ କେନ୍ଦ୍ର ସରକାରଙ୍କ ନିକଟରେ ଏଭଳି ଦାବି ରଖିଛନ୍ତି କେନ୍ଦ୍ରାପଡ଼ାର ସା˚ସଦ ଅନୁଭବ ମହାନ୍ତି।

ଶ୍ରୀ ମହାନ୍ତି ସ˚ସଦରେ ରଖିଥିବା ନିଜର ୧୨ମିନିଟ୍‌ ୩୧ ସେକେଣ୍ତ୍‌ ଭାଷଣରେ ଓଡ଼ିଶାର ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିବା ସହିତ ନବୀନ ସରକାରଙ୍କ ଦୀର୍ଘ ୟଦିନର ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦାବିକୁ ପୁଣି ଉଠାଇଛନ୍ତି। ଶ୍ରୀ ମହାନ୍ତି କହିଛନ୍ତି ଯେ ରାଜ୍ୟର ସମାଗ୍ରିକ ବିକାଶରେ ପ୍ରାକୃତିକ ବିପର୍ଯ୍ୟୟ ବାଧା ସୃଷ୍ଟି କରୁଛି। ରାଜ୍ୟର ପ୍ରାୟ ୮୦ ପ୍ରତିଶତ ଅ˚ଚଳ ବିପର୍ଯ୍ୟୟ ମୁହଁକୁ ଠେଲି ହେଇଯାଉଥିବା ବେଳେ ୯୦ପ୍ରତିଶତ ଲୋକ ଏହାଦ୍ବାର କ୍ଷତିଗ୍ରସ୍ତ ହେଉଛନ୍ତି। ଏହାଦ୍ବାରା ରାଜ୍ୟର ଅର୍ଥନୈତିକ ପ୍ରଗତି ବାଧା ପାଉଛି। ସ୍ବାଧୀନତାର ୭୪ବର୍ଷ ପରେ ମଧୢ ଓଡ଼ିଶାର ଛଅଟି ଜିଲ୍ଲାକୁ ଏଯାଏ ରେଳ ସ˚ଯୋଗ ହୋଇପାରିଲା ନାହିଁ। ଲୁହାପଥର, ବକ୍ସାଇଟ୍‌ ଆଦି ଖଣିଜ ପଦାର୍ଥରୁ କେନ୍ଦ୍ର ସରକାର ସର୍ବାଧିକ ରୟାଲ୍‌ଟି ନେଉଥିବାବେଳେ ସେହି ତୁଳନାରେ ଓଡ଼ିଶାର ଭିତ୍ତିଭୂମି ବିକାଶ ପାଇଁ ଅନୁଦାନ ମିଳୁନାହିଁ। ଏପରି ସ୍ଥିତିରେ ପ୍ରଧାନମନ୍ତ୍ରୀଙ୍କ ପୂର୍ବ ଭାରତ ଉଦୟ କିଭଳି ସମ୍ଭବ ହେବ ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିବା ସହିତ ବାରମ୍ବାର ଦାବି ପରେ ବି ଓଡ଼ିଶାକୁ ତାର ନାଯ୍ୟ ଅଧିକାର ମିଳୁନାହିଁ ବୋଲି ଅଭିଯୋଗ କରିଛନ୍ତି। ଏଣୁ ଅତି କମ୍‌ରେ ତିନି ବର୍ଷ ପାଇଁ ଯଦି ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦିଆଯାଏ, ତେବେ ସବୁକ୍ଷେତ୍ରରେ ଓଡ଼ିଶା ନମ୍ବର ଵାନ୍‌ ହେଇ ଦେଶରେ ଦେଖାଇ ଦେବ ବୋଲି ଶ୍ରୀ ମହାନ୍ତି ଦୃଢେ଼ାକ୍ତି ବାଢ଼ିଥିଲେ।

ସମ୍ବନ୍ଧିତ ଖବର