କଂଗ୍ରେସ ଦଳରୁ ୬ବର୍ଷ ପାଇଁ ନିଲମ୍ବନ ପ୍ରସଙ୍ଗ: ସର୍ବଭାରତୀୟ କଂଗ୍ରେସ ସଭାନେତ୍ରୀଙ୍କୁ ଜଣାଇବି

ଭୁବନେଶ୍ବର : ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ ସାଧାରଣ ସଂପାଦକ ପଦରୁ ପ୍ରଦୀପ୍ତ କୁମାର ଦାସଙ୍କୁ ୬ବର୍ଷ ପାଇଁ ଦଳରୁ ନିଲମ୍ବିନ କରାଯିବା ଘଟଣାରେ ସେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ବିନା କାରଣରେ ତାଙ୍କୁ ନିଲମ୍ବନ କରାଯାଇଥିବାରୁ ଏ ବାବଦରେ ଆଗାମୀ ଦିନରେ ସର୍ବଭାରତୀୟ କଂଗ୍ରେସ ଦଳର ସଭାନେତ୍ରୀ, ରାଜ୍ୟ ପ୍ରଭାରୀ ଓ ସହ ପ୍ରଭାରୀଙ୍କୁ ଭେଟି ଅବଗତ କରାଇବେ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଦାସ କହିଛନ୍ତି।

ୟୁନିଟ୍-୯ସ୍ଥିତ ରୋଟାରୀ ଭବନ ଠାରେ ଶ୍ରୀ ଦାସ କହିଥିଲେ ଯେ ତାଙ୍କୁ ବିନାକାରଣରେ ଦଳରୁ ନିଲମ୍ବିତ କରାଯାଇଛି। କେଉଁ କାରଣ ପାଇଁ ହଠାତ୍ ନିଲମ୍ବନ କରାଯାଇଛି ତାହାର କାରଣ ଦର୍ଶାଯାଇନାହିଁ। ଏହା ପୂର୍ବରୁ କୌଣସି କାରଣ ଦର୍ଶାଅ ନୋଟିସ୍ ମଧ୍ୟ ଜାରି କରାଯାଇ ନାହିଁ। କଂଗ୍ରେସ ଦଳକୁ ମହଭୁତ କରିବା ପାଇଁ ପ୍ରଶିକ୍ଷଣ ଶିବିରରେ ପ୍ରଶିକ୍ଷଣ ପ୍ରଦାନ କରିବା ଦଳୀୟ ବିଶୃଙ୍ଖଳା ହେଲା କିପରି ବୋଲି ସେ ପ୍ରଶ୍ନ କରିଛନ୍ତି। ଏ ସଂପର୍କରେ କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ରଞ୍ଜନ ଚୌଧୁରୀଙ୍କୁ ଯୋଗାଯୋଗ କରାଯାଇଥିଲେ ହେଁ ସେ କୌଣସି ଉତ୍ତର ଦେଇ ନ ଥିଲେ।

ସୂଚନା ଯୋଗ୍ୟ ଗତ ୬ତାରିଖ ଦିନ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ରଞ୍ଜନ ଚୌଧୁରୀ ପ୍ରଦୀପ୍ତ କୁମାର ଦାସଙ୍କୁ ଦଳୀୟ ବିଶୃଙ୍ଖଳିତ ଆଚରଣ ଓ କାର୍ଯ୍ୟକ୍ରମ ପାଇଁ ୬ବର୍ଷ ପାଇଁ ଦଳରୁ ନିଳମ୍ବିତ କରିଛନ୍ତି।

ସମ୍ବନ୍ଧିତ ଖବର