ଚର୍ମରୋଗ ପୀଡ଼ିତ ନାବାଳକକୁ ସାମାଜିକ ବାସନ୍ଦ କରିବା ପ୍ରସଙ୍ଗ : କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲେ ପିସିସି ସଭାପତି

ଭୁବନେଶ୍ବର : ଗଞ୍ଜାମ ଜିଲ୍ଲାରେ ଜଣେ ଦଳିତ ବର୍ଗର ନାବାଳକ ଚର୍ମରୋଗର ଶିକାର ହେବାରୁ ତାକୁ ସାମାଜିକ ବାସନ୍ଦ କରାଯାଇଛି। ଏ ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଗଭୀର କ୍ଷୋଭ ପ୍ରକାଶ କରିଛନ୍ତି ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ। ସୋସିଆଲ୍‌ ମିଡିଆରେ ଏ ନେଇ ଦୁଃଖ ପ୍ରକାଶ କରିବା ସହ ଏଥିପାଇଁ ଦାୟୀ ବ୍ୟକ୍ତିବିଶେଷଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ଏ ସମ୍ପର୍କରେ ପ୍ରତିକ୍ରିୟା ରଖି ଶ୍ରୀ ପଟ୍ଟନାୟକ କହିଛନ୍ତି, ବାସନ୍ଦ ହୋଇଥିବା ନାବାଳକକୁ ସମାଜ ଭିତରେ ରହିବାକୁ ୧୦ ହଜାର ଟଙ୍କା ଦେବାକୁ ଦାବି କରାଯାଉଛି। ଯାହାକି ଅତ୍ୟନ୍ତ ନିନ୍ଦନୀୟ। ସମ୍ବିଧାନରେ ଦଳିତ ବର୍ଗର ଭାଇ ଓ ଭଉଣୀମାନଙ୍କୁ ଯେପରି ସମ୍ମାନ ଦିଆଯାଇଛି, ସେହି ମୂଲ୍ୟବୋଧକୁ ପାଳନ କରିବା ପାଇଁ ବିଜେଡି ଓ ରାଜ୍ୟବାସୀଙ୍କୁ ସେ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର