ନିଆଳି : ନିଆଳିରେ ଗତ ୩ଦିନ ଧରି ଚାଲିଥିବା ନିଖଳ ଉତ୍କଳ ଓଡ଼ିଶା ଇଜ୍ତମା ଆଜି ଶେଷ ହୋଇଛି। ଗାହା ପଡ଼ିଆରେ ଆୟୋଜିତ ଉତ୍ସବର ଶେଷ ଦିବସର ପ୍ରାର୍ଥନା ସଭାରେ ଆଜି ପ୍ରାୟ ଦେଢ଼ଲକ୍ଷରୁ ଅଧିକ ମୁସଲମାନ ଭାଇ ଏକତ୍ରିତ ହୋଇ ଦୁଆ କରିଥିଲେ। ପୂର୍ବାହ୍ନ ୧୧ଟା ୫୦ରୁ ଆରମ୍ଭ ହୋଇଥିବା ପ୍ରାର୍ଥନା ସଭା ସାଢ଼େ ୧୨ଟାରେ ସରିଥିଲା। ନିଆଳି-ଫୁଲନଖରା ରାସ୍ତାର ନୂଆଗାଁ ଛକ-ମଝିଖଣ୍ଡ ଛକ ପର୍ଯ୍ୟନ୍ତ ରାସ୍ତାରେ ଭିଡ଼ ଲାଗିରହିଥିଲା। ସ୍ୱେଚ୍ଛାସେବୀ ଓ ପୁଲିସ ଭିଡ଼ ସମ୍ଭାଳିବାକୁ ନାକେଦମ ହୋଇଥିଲେ ମଧ୍ୟ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇ ନଥିଲା। କଟକ ସଦର ଏସ୍ଡିିପିଓ ଜିତେନ୍ଦ୍ର ଦଳାଇ, ନିଆଳି ଆଇଆଇସି ଶ୍ରବଣ କୁମାର ମହାରଣା ଓ ଓଲଟପୁର ଆଇଆଇସି ତପନ କୁମାର ରାଉତ ପ୍ରମୁଖ ଟ୍ରାଫିକ୍ ନିୟନ୍ତ୍ରଣ କରିଥିଲେ। ପ୍ରାର୍ଥନା ସଭା, ଧର୍ମ ସଂପର୍କିତ ଆଲୋଚନା ପରେ ଦୁଆ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଥିଲା। ରାଜ୍ୟ ଇଜ୍ତମା କମିଟିର ସଭାପତି ସେକ୍ ଅପ୍ସର ଅଲ୍ଲୀ, ସେକ୍ ମଇଉଦ୍ଦିନ୍, ସେକ୍ ୟାକୁବ୍, ରଜାକ୍ ଖାଁ, ଅବ୍ଦୁଲ୍ ମନାନ୍ ଖାଁ, ସୟଦ୍ ଇବ୍ରାହିମ୍, ମିର୍ ଅଜିଜୁ ରହେମନ୍, ମିର୍ ଇସିମାଇଲ୍, ସେକ୍ ରାୟାନ୍, ସେକ୍ ହସନ ଓ ସେକ୍ ମାରୁଫ୍ଙ୍କ ସହ ବିଭିନ୍ନ ବସ୍ତିର ମୁରବି ଓ ଇଜ୍ତମା କମିଟିର ସଦସ୍ୟ ସହଯୋଗ କରିଥିଲେ। ଉତ୍ସବରେ ଜିଲ୍ଲାପରିଷଦ ସଭ୍ୟ ଦେବାଶିଷ ଷଡ଼ଙ୍ଗୀ, ପୁଲକ ମହାନ୍ତି, ସରପଞ୍ଚ ପ୍ରଶାନ୍ତ ସିଂହ, ମାନଭଞ୍ଜନ ବେହେରାଙ୍କ ସମେତ ନିଆଳି ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।
ଇଜ୍ତମା ପ୍ରାର୍ଥନା ସଭାରେ ଯୋଗଦେଲେ ଦେଢ଼ଲକ୍ଷ ମୁସଲମାନ ଭାଇ
/sambad/media/post_attachments/wp-content/uploads/2018/02/NIALI-12-PHOTO-NIALI-RE-IZZTAMA-SHESHA-HELA.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)