ରେଢ଼ାଖୋଲ: ରେଢ଼ାଖୋଲ ସହରର ମଧ୍ୟସ୍ଥଳରେ ଥିବା ସନ୍ଥକବି ଭୀମ ଭୋଇଙ୍କ ପ୍ରତିମୂର୍ତ୍ତି ଅଞ୍ଚଳ ୬ ମାସ ହେଲା ଅନ୍ଧାରରେ ରହିଛି। ରେଢ଼ାଖୋଲରେ ଥିବା ଭୀମ ଭୋଇଙ୍କ ଏକମାତ୍ର ପ୍ରତିମୂର୍ତ୍ତି ସ୍ଥାନକୁ ଏନ୍ଏସି ପକ୍ଷରୁ ଉଚିତ୍ ରକ୍ଷଣାବେକ୍ଷଣ କରାଯାଉ ନାହିଁ।
ବିଭିନ୍ନ କାର୍ଯ୍ୟକ୍ରମ ତଥା ବିଶେଷ ଦିବସ ଗୁଡ଼ିକରେ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଉ ଥିଲେ ବି ଏନ୍ଏସି ପକ୍ଷରୁ ଲାଇଟ୍ ମରାମତି କରାଯାଉ ନାହିଁ। ଫଳରେ ସନ୍ଧ୍ୟା ପରେ ଅଞ୍ଚଳଟି ଅନ୍ଧାରରେ ରହୁଛି। ଏହା ସହରର ପ୍ରମୁଖ ସ୍ଥଳ ହୋଇଥିଲେ ବି ଏନ୍ଏସି କର୍ତ୍ତୃପକ୍ଷ ଗୁରୁତ୍ବ ଦେଉ ନାହାନ୍ତି। ଏହାକୁ ନେଇ ସଚେତନ ନାଗରିକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ତୁରନ୍ତ ଏହାର ମରାମତି ପାଇଁ ଦାବି ହେଉଛି।