କୁନ୍ଦାରୀଗୁଡା ରାସ୍ତାକୁ ପୁନଃରୁଦ୍ଧାର ଓ ପ୍ରଶସ୍ତିକରଣ ପାଇଁ ଲାଗିଲା ୧୫ବର୍ଷ

ଜୟପୁର: ବିଶ୍ବାସ ନ ହେଲେ ବି ସତ। ଦୀପ ତଳ ଅନ୍ଦାର ପରି ସହର ମଧ୍ୟରେ ରହିଥିବା କୁନ୍ଦାରୀଗୁଡାର ରାସ୍ତା ଗତ ୧୫ବର୍ଷ ହେବ ପୁନଃରୁଦ୍ଦାର କିମ୍ବା ପ୍ରଶସ୍ତିକରଣ ହୋଇ ପାରିନଥିଲା। ଦୀର୍ଘ ୧୫ବର୍ଷ ପରେ ଏହି  ରାସ୍ତାର ପୁନଃରୁଦ୍ଧାର ଓ ପ୍ରଶସ୍ତିକରଣ କାମ ୧୬ଲକ୍ଷ ଟଙ୍କାରେ ହୋଇ ପାରିଛି। ଏହାରି ମଧ୍ୟରେ ୪ଥର ଟେଣ୍ଡର ହୋଇଥିଲେ ସୁଦ୍ଧା କେହି ଏଥିରେ ଭାଗ ନେଇଥିଲେ। ୫ମ ଥର ପୁଣି ହୋଇଥିବା ଟେଣ୍ଡର ସଫଳ ହୋଇଛି। ଜୈନେକ ଠିକାଦାର କାମ ନେବା ସହ ପୁନଃରୁଦ୍ଧାର ପିଚୁ ରାସ୍ତା କାମ ବି ଶେଷ ପର୍ଯ୍ୟାୟରେ ରହିଛି। ପୌର ଅଧ୍ୟକ୍ଷ ନରେନ୍ଦ୍ର ମହାନ୍ତି ଓ ପୌର ଯନ୍ତ୍ରୀ ଆଦି  ପାଖରେ ରହି ନିର୍ମାଣ କାମ କରାଉଥିବା ଦେଖିବାକୁ ମିଳିଛି।

ସହର ଦେଇଯାଇଥିବା ଏନଏଚ ୨୬କୁ ସଂଯୋଗ ହୋଇଥିବା ପିଚୁ ରାସ୍ତା ନିର୍ମାଣ ପାଇଁ ପୌରପାଳିକା ପକ୍ଷରୁ ବାରମ୍ବାର ଟେଣ୍ଡର ଆହ୍ବାନ କରାଯାଉଥିଲେ ହେଁ କୌଣସି ଠିକାଦାର ଏଥିରେ ଭାଗ ନେଉ ନଥିଲେ। କୁନ୍ଦାରୀଗୁଡା ମଧ୍ୟରେ ଏକ ଘରୋଇ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ପଢ଼ୁଛନ୍ତି। ଏହା ସହ ଏହି ରାସ୍ତା ଦେଇ ଆଉ କିଛି ନୂଆ ନୂଆରେ ନିର୍ମାଣ ହୋଇଥିବା ସାହି ବାସିନ୍ଦା ବି ଯିବା ଆସିବା କରି ଆସୁଥିଲେ। ବାରମ୍ବାର ସାହି ବାସିନ୍ଦା ବି ରାସ୍ତା ନିର୍ମାଣର ଦାବି କରି ଆସୁଥିଲେ। ୫ମ ଥର ‌ଟେଣ୍ଡରରେ ଆମେ ସଫଳ ହୋଇଛୁ। ୧୬ଲକ୍ଷ ଟଙ୍କା ବ୍ୟୟରେ ଏହି ରାସ୍ତାର ନିର୍ମାଣ କାମ କରାଯାଉଛି ବୋଲି କହିଛନ୍ତି ପୌର ନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ।

ସମ୍ବନ୍ଧିତ ଖବର