ବିଜୁ ସ୍ୱାସ୍ଥ୍ୟ କାର୍ଡ ବାଣ୍ଟିବା ଅପେକ୍ଷା ମମିତାଙ୍କୁ ନ୍ୟାୟ ଦେବା ଅଧିକ ଜରୁରୀ: ସନ୍ତୋଷ ସିଂ ସାଲୁଜା

ପୁଲିସ ଚାପରେ ମମିତା ମେହେରଙ୍କ ପରିବାର ସ୍ୱର ବଦଳାଉଛନ୍ତି

ଭୁବନେଶ୍ବର: ପୁଲିସ ଚାପରେ ମମିତା ମେହେରଙ୍କ ପରିବାର ସ୍ୱର ବଦଳାଉଛନ୍ତି ବୋଲି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ଅଭଯୋଗ କରିଛନ୍ତି। ସେ କହିଛନ୍ତି, ପ୍ରଥମ ଦିନରୁ ହିଁ ମମିତା ମେହେରଙ୍କ ପରିବାର ଉପରେ ଚାପ ପକାଯାଉଛି। ସେମାନେ ନିଜ ଜୀବନକୁ ନେଇ ଭୟଭୀତ ଅଛନ୍ତି।

ମମିତା ହତ୍ୟାକାଣ୍ଡ ଘଟଣାକୁ ଗୋଟିଏ ମାସ ପୁରିବାକୁ ବସିଲାଣି, ହେଲେ ଏପର୍ଯ୍ୟନ୍ତ ପୁଲିସ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ତଦନ୍ତ ପରିସରଭୁକ୍ତ କରିଲା ନାହିଁ। ଅପରାଧୀ ଯେତେ ଚାଲାକ ହେଲେ ବି ସୁରାକ ଛାଡ଼ି କି ଯାଏ। ଏବେ ବି ରାୟପୁରରେ କିଛି ରାଜ୍ ରହିଛି। ପେନଡ୍ରାଇଭରେ ବହୁ ତଥ୍ୟ ଲୁଚି ରହିଛି। ମମିତା ଏବେ ସାରା ଓଡ଼ିଶାର ଝିଅ। ତାଙ୍କୁ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ଲଢେଇ ଜାରି ରହିବ।
ବିଜୁ ସ୍ୱାସ୍ଥ୍ୟ କାର୍ଡ ବାଣ୍ଟିବା ଠାରୁ ମମିତାଙ୍କୁ ନ୍ୟାୟ ଦେବା ଅଧିକ ଜରୁରୀ ବୋଲି କହିବା ସହ ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତକୁ ଜୋରଦାର ବିରୋଧ କରାଯିବ ବୋଲି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର