ପୂର୍ବତନ ସରପଞ୍ଚଙ୍କ ବାସଭବନ ଓ ଦୋକାନରେ ଆୟକର ବିଭାଗର ଚଢ଼ାଉ

ଭଦ୍ରକ: ପୂର୍ବତନ କୋଟିପତି ସରପଞ୍ଚଙ୍କ ବାସଭବନ ଓ ଦୋକାନ ଘରେ ଆୟକର ବିଭାଗ ପକ୍ଷରୁ ଚଢ଼ାଉ ଜାରି ରହିଛି। ତିହିଡି ବ୍ଲକ ଗୁଆମାଳ ପଞ୍ଚାୟତର ପୂର୍ବତନ ବିଜେଡି ସରପଞ୍ଚ ପ୍ରଦୀପ ପଣ୍ଡାଙ୍କ ଡାହାଣୀଗଡ଼ିଆ ସ୍ଥିତ ବାସଭବନ ଓ ବାଇପାସ ସ୍ଥିତ ଥିବା ସୁନା ଦୋକାନରେ ଆଜି ସକାଳୁ ଆୟକର ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ବିଭିନ୍ନ ମୂଲ୍ୟବାନ କାଗଜପତ୍ର ଯାଞ୍ଚ କରାଯାଉଥିବା ସୂଚନା ମିଳିଛି। ଆୟକର ବିଭାଗର ଏକ ଟିମ ଏହି ଚଢ଼ାଉରେ ସାମିଲ ଥିବା ଜଣାପଡିଛି।

ସମ୍ବନ୍ଧିତ ଖବର