ଭୁବନେଶ୍ବର: ସାଧାରଣ ନିର୍ବାଚନର ଶେଷ ପର୍ଯ୍ୟାୟ ମତଦାନ ପୂର୍ବରୁ ଆୟକର ବିଭାଗ ଓ ନିର୍ବାଚନ ପର୍ଯ୍ୟବେକ୍ଷକଙ୍କ ଚଢାଉ ହୋଇଛି। କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଓ ପଟ୍ଟାମୁଣ୍ଡାଇରେ ୩ଟି ସ୍ଥାନରେ ଏକକାଳୀନ ଚଢାଉ ହୋଇଛି। ପଟ୍ଟାମୁଣ୍ଡାଇର ପୂର୍ବତନ ଅଧ୍ୟକ୍ଷାଙ୍କ ଘରେ ଦିନ ୪ଟାରୁ ଅଧିକାରୀମାନେ ପହଞ୍ଚି ଚଢ଼ାଉ କରିଛନ୍ତି। ଘର ମାଲିକଙ୍କ ଅନୁପସ୍ଥିତି ଯୋଗୁଁ କେନ୍ଦ୍ରାପଡ଼ା ଏସପି, ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ରଙ୍କ ଶହ ଅନେକ ପୁଲିସ ଅଧିକାରୀ ଘର ଚାରିପଟେ ପ୍ରହରା ଦେଇଛନ୍ତି। ସେହିପରି ରାଜନଗରର ୨ଟି ସ୍ଥାନରେ ଚଢ଼ାଉ କରାଯାଇଛି । ନିର୍ବାଚନ ପୂର୍ବରୁ କଳା ଟଙ୍କା ବଣ୍ଟା ହେବାର ସମ୍ଭାବନା ହେତୁ ଚଢ଼ାଉ କରାଯାଉଛି । ବଡ଼ ଧାର ର ଟଙ୍କା ଥିବାର ଆଶଙ୍କା ପ୍ରକାଶ ପାଇଛି। ତେବେ କୌଣସି ଅଧିକାରୀଙ୍କ ପ୍ରତିକ୍ରିୟା ମିଳିନାହିଁ।
ଶେଷ ପର୍ଯ୍ୟାୟ ମତଦାନ ପୂର୍ବରୁ କେନ୍ଦ୍ରାପଡ଼ାର ୩ଟି ସ୍ଥାନରେ ବଡ଼ଧରଣର ଚଢାଉ
/sambad/media/post_attachments/wp-content/uploads/2024/05/rgrgrgr-750x430-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)