ନୂଆଦିଲ୍ଲୀ: ରାଜ୍ୟର ଇସ୍ପାତ ନଗରୀ ରାଉରକେଲାରେ ଆଜି ଆୟକର ବିଭାଗ ପକ୍ଷରୁ ଏକ ବଡ଼ ଧରଣର ଚଢ଼ାଉ କରାଯାଇଛି। ଆୟକର ବିଭାଗ ପକ୍ଷରୁ କରାଯାଇଥିବା ଏହି ଚଢ଼ାଉ କାଳରେ ୧୭୦ କୋଟି ଟଙ୍କାର କଳାଧନକୁ ଠାବ କରାଯାଇଥିବା ଜଣାଯାଇଛି। ରାଜ୍ୟରେ ଇସ୍ପାତ ଦ୍ରବ୍ୟ ଉତ୍ପାଦନ ଓ ବାଣିଜ୍ୟରେ ଜଡିତ ଥିବା ଶିଳ୍ପ ସଂସ୍ଥା ବିରୁଦ୍ଧରେ ଆୟକର ବିଭାଗ ପକ୍ଷରୁ ଏହି ଚଢ଼ାଉ କରାଯାଇଥିଲା।
ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ଡାଇରେକ୍ଟ ଟ୍ୟାକ୍ସ (ସିବିଡିଟି) ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି ଯେ ରାଉରକେଲା ଓ ଏହାର ଆଖପାଖ ଅଞ୍ଚଳରେ ରହିଥିବା ୩ଟି ଶିଳ୍ପସଂସ୍ଥା ଦୁଇଟି ଆର୍ଥିକ ବର୍ଷରେ ୧୭ଟି ଜାଲ ସଂସ୍ଥାଠାରୁ ୧୭୦ କୋଟି ଟଙ୍କାର କଞ୍ଚାମାଲ କ୍ରୟ କରିଥିବା ଦର୍ଶାଇ ମିଥ୍ୟା କାଗଜପତ୍ର ଜରିଆରେ ୧୭୦ କୋଟି ଟଙ୍କାର ଟିକସ ଫାଙ୍କି କରିବା ସହ କଳାଧନ ଜମା କରିଥିଲେ।
ଆୟକର ବିଭାଗ ପକ୍ଷରୁ ଏହି ୧୭ଟି ଜାଲ ସଂସ୍ଥାକୁ ଠାବ କରାଯିବା ପରେ ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ଡାଇରେକ୍ଟ ଟ୍ୟାକ୍ସ (ସିବିଡିଟି) ଓ ଆୟକର ବିଭାଗ ପକ୍ଷରୁ ମିଳିତ ଭାବେ ଏହି ଚଢ଼ାଉ କରା ଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/IT.jpg)