ଭୁବନେଶ୍ବର: ପୁଣିଥରେ ଉପରମୁହାଁ ହୋଇଛି ଦିନର ତାପମାତ୍ରା। ବୌଦ୍ଧ ସମେତ ଝାରସୁଗୁଡ଼ା, ସମ୍ବଲପୁର ଓ ହୀରାକୁଦର ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରି ପାଖରେ ପହଞ୍ଚିଛି। ବୌଦ୍ଧରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୯.୮ ଡିଗ୍ରି ରେକର୍ଡ ହୋଇଥିବା ବେଳେ ଝାରସୁଗୁଡ଼ାରେ ୩୯.୫, ସମ୍ବଲପୁରରେ ୩୯.୨, ହୀରାକୁଦରେ ୩୯, ପାରଳା‌ଖେମୁଣ୍ଡିରେ ୩୮.୮, ଢେଙ୍କାନାଳ ଓ ସୋନପୁରରେ ୩୮.୩, ମାଲକାନଗିରିରେ ୩୮.୧, ବରଗଡ଼ ଓ ଭବାନୀପାଟଣାରେ ୩୮ ଡିଗ୍ରି ଲେଖାଏ ରେକର୍ଡ ହୋଇଛି।

Advertisment

 ଗୋପାଳପୁର, ପୁରୀ ଓ ଦାରିଙ୍ଗବାଡ଼ି ବ୍ୟତୀତ ଅନ୍ୟ ସମସ୍ତ ସହରର ପାରଦ ୩୫ ଡିଗ୍ରି ଡେଇଁଯାଇଛି। ଭୁବନେଶ୍ବର ଓ କଟକ ତାପମାତ୍ରା ପୁଣିଥରେ ୩୬ ଡିଗ୍ରି ପାର୍‌ ହୋଇଛି। ଆସନ୍ତା ୭ ଦିନ ପର୍ଯ୍ୟନ୍ତ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ହେବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ୨୮ ତାରିଖ ବେଳକୁ ବୌଦ୍ଧ, ଭବାନୀପାଟଣା ଓ ବଲାଙ୍ଗୀର ତାପମାତ୍ରା ୪୦ ଡିଗ୍ରି ଛୁଇଁବ। କ୍ରମଶଃ ଏହା ବୃଦ୍ଧି ପାଇ ୩୦ ତାରିଖ ବେଳକୁ ବୌଦ୍ଧ, ଭବାନୀପାଟଣା, ବଲାଙ୍ଗୀର, ଟିଟିଲାଗଡ଼, ସମ୍ବଲପୁର, ସୋନପୁର ତାପମାତ୍ରା ୪୨ ଡିଗ୍ରି ଟପିଯିବ।