ବାଲେଶ୍ୱର: ଓଡ଼ିଶା, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଏବଂ ଉତ୍ତର ପଶ୍ଚିମ ସମେତ ପୂର୍ବ ଭାରତ ଆଗାମୀ ଦିନରେ ଉର୍ଜା କ୍ଷେତ୍ରର ନୂଆ ପ୍ରବେଶ ଦ୍ୱାର ହେବାକୁ ଯାଉଥିବା ବେଳେ ପ୍ରାକୃତିକ ଗ୍ୟାସ, ସିବିଜି, ସିବିଏମ, ସିଜିଡ଼ି, ସିନଗ୍ୟାସ ଏବଂ ଏଲଏନଜିର ସମ୍ଭାବନା ପୂର୍ବାଞ୍ଚଳର ବିକାଶରେ ଗେମ୍ଚେଞ୍ଜର୍ ହେବ। ଏହି ପରିପ୍ରେକ୍ଷୀରେ ଇଣ୍ଡିଆନ୍ ଅଏଲ ପକ୍ଷରୁ ବାଲେଶ୍ବର ପ୍ରତିଷ୍ଠା ହେବାକୁ ଯାଉଛି ଏକ ଇଥାନଲ୍ ପ୍ଲାଣ୍ଟ୍। ଏଥିପାଇଁ ୮୭୦ କୋଟି ନିବେଶ କରାଯିବାକୁ ଯୋଜନା କରାଯାଇଥିବା ବେଳେ ରାଜ୍ୟ ସରକାର ଏହାକୁ ମଞ୍ଜୁରି ପ୍ରଦାନ କରିଛନ୍ତି। ଆଜି ଟୁଇଟ୍ ଜରିଆରେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ସୂଚନା ଦେବା ପରେ ବାଲେଶ୍ବରବାସୀଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି।
/sambad/media/post_attachments/wp-content/uploads/2021/07/0b9cb518-13e9-43f5-abbb-a0d8b3039064.jpg)
ବାଲେଶ୍ବରରେ ଏହି ପ୍ଲାଣ୍ଟ୍ ପ୍ରତିଷ୍ଠା ହେଲେ ବିଶେଷ ଭାବେ ଚାଷୀମାନେ ଉପକୃତ ହେବେ ଏବଂ ସ୍ବଚ୍ଛ ସବୁଜ ଇନ୍ଧନ ଦ୍ବାରା ପରିବେଶ ସୁରକ୍ଷିତ ରହିବ। ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ରୋଜଗାର, ନିଯୁକ୍ତି, ପାରିପାର୍ଶିକ ବିକାଶ ହେବା ସହ ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଭାରତର ସ୍ବପ୍ନ ପୂରଣ ହୋଇପାରିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ନିଜ ଟୁଇଟ୍ରେ ଉଲ୍ଲେଖ କରିଛନ୍ତି। ଏଥିସହ ସେ ଆହୁରି ମଧ୍ୟ ସୂଚନା ଦେଇଛନ୍ତି ଯେ, ଦେଶର ଉର୍ଜା କ୍ଷେତ୍ର ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆତ୍ମନିର୍ଭର ଭାରତର ଏକ ଚାବିକାଠି। ଏହା ମାଧ୍ୟମରେ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଏବଂ ଅର୍ଥନୀତିକୁ ସୁଦୃଢ଼ କରିବା ପାଇଁ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ପ୍ରକଳ୍ପ ଗୁଡିକୁ କାର୍ଯ୍ୟକ୍ଷମ କରାଯିବା ଉପରେ ଗୁରୁତ୍ବ ଦିଆଯିବ।
ପୂର୍ବରୁ @PetroleumMin ଦ୍ୱାରା ଯୋଜନା କରାଯାଇଥିବା ବାଲେଶ୍ୱରରେ @IndianOilcl , ନବରଙ୍ଗପୁରରେ @HPCL ଏବଂ ଅନୁଗୁଳରେ ବେସରକାରୀ ସଂସ୍ଥା ନିଓ୍ୱଲ୍ଟ ଏନର୍ଜି ଦ୍ୱାରା ପ୍ରତିଷ୍ଠା ହେବାକୁ ଥିବା ଇଥାନଲ ପ୍ଲାଣ୍ଟକୁ ରାଜ୍ୟ ସରକାର ମଞ୍ଜୁରି ଦେଇଥିବାରୁ ଧନ୍ୟବାଦ।
— Dharmendra Pradhan (@dpradhanbjp) July 31, 2021
ଏପଟେ ବାଲେଶ୍ବର ଜିଲ୍ଲାରେ ଏବେ ପ୍ରମୁଖ ଶିଳ୍ପସଂସ୍ଥାଗୁଡ଼ିକ ରୁଗ୍ଣ ଅବସ୍ଥାରେ ଥିବାବେଳେ ହଜାର ହଜାର ଶ୍ରମିକ ଓ କର୍ମଚାରୀ ରୋଜଗାର ହରାଇଛନ୍ତି। କରୋନା କାଳରେ ସେମାନଙ୍କ ସ୍ଥିତି ଏବେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ। ତେବେ ଆଗକୁ ବାଲିଆପାଳ ଠାରେ ସୁବର୍ଣ୍ଣରେଖା ବନ୍ଦର, ଚଉମୁଖ-ଡଗରା ଠାରେ ପେଟ୍ରୋ କେମିକାଲ୍ସ ପ୍ରକଳ୍ପ ଏବଂ ଏବେ ହେବାକୁ ଯାଉଥିବା ଇଥାନଲ୍ ପ୍ଲାଣ୍ଟ୍ ଜିଲ୍ଲାକୁ ପୁଣିଥରେ ବିକାଶଉନ୍ମୁଖୀ କରାଇବ ବୋଲି ଜିଲ୍ଲାବାସୀ ଆଶା ପ୍ରକଟ କରିଛନ୍ତି। ଏଥିପାଇଁ ବାଲେଶ୍ବର ଜିଲ୍ଲାବାସୀଙ୍କ ତରଫରୁ ରାଜ୍ୟ ବିଜେପି ଯୁବମୋର୍ଚ୍ଚା ଉପସଭାପତି ତଥା ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀ ନେତା ମାନସ କୁମାର ଦତ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ନରେନ୍ଦ୍ର ମୋଦୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କୁ ଧନ୍ୟବାଦ ସହ କୃତଜ୍ଞତା ଜଣାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/08/8d84f3c6-5c48-4c6a-957e-963fe1015c3d.jpg)