ସମ୍ବଲପୁର:  ଥମୁନି ୩୩ କେଭି ବିଦ୍ୟୁତ୍ ଆଘାତଜନିତ ଦୁର୍ଘଟଣା।  ଗତକାଲି ୩୩ କେଭି ବିଦ୍ୟୁତ୍ ଲାଗି ଗୁରୁତର ଅବସ୍ଥାରେ ଭର୍ତ୍ତି ହୋଇଥିବା ଆଇଟିଆଇ ଛାତ୍ରଙ୍କ ବୁର୍ଲା ମେଡିକାଲରେ ମୃତ୍ୟୁ ଘଟିଥିବା ଜଣାଯାଇଛି।
ସୂଚନାଯୋଗ୍ୟ, ଗତକାଲି ବଲାଙ୍ଗୀରର ଶାନ୍ତିପଡ଼ାର ଏକ ଭଡ଼ା ଘର ଛାତରେ ଲୁଗା ଶୁଖାଇବା ବେଳେ ଆଇଟିଆଇ ଛାତ୍ର ସୌମ୍ୟରଞ୍ଜନ ଭୋଇଙ୍କ ଶରୀରରେ ୩୩ କେଭି ବିଦ୍ୟୁତ୍ ଲାଗିଥିଲା। ଏହାଫଳରେ ତାଙ୍କର ଦେହ ପୋଡ଼ିଯାଇଥିଲା। ତାପରେ ତାଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ବଲାଙ୍ଗୀରର ଭୀମଭୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ମାତ୍ର ସେଠାରେ ଆଇଟିଆଇ ଛାତ୍ର ସୌମ୍ୟରଞ୍ଜନ ଭୋଇଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ , ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ ବୁର୍ଲାର ଭିମସାରକୁ ସ୍ଥାନାନ୍ତରିତ କରାଯାଇଥିଲା।

Advertisment

ସେଠାରେ ଆଜି ସକାଳେ ସୌମ୍ୟରଞ୍ଜନ ଭୋଇଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି। ସୌମ୍ୟରଞ୍ଜନ ଭୋଇଙ୍କ ଘର ସୁବର୍ଣ୍ଣପୁର ଜିଲ୍ଲାର ଡୁଙ୍ଗୁରିପଲି ଥାନା ଅନ୍ତର୍ଗତ ତମାମୁଣ୍ଡା ଗାଁରେ ଏବଂ ସେ ବଲାଙ୍ଗୀର ସରକାରୀ ଆଇଟିଆଇର ଦ୍ୱିତୀୟ ବର୍ଷର ଛାତ୍ର ଥିଲେ। ଏହି ଘଟଣା ଏବେ ବଲାଙ୍ଗୀର ଓ ସୁବର୍ଣ୍ଣପୁର ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।