ପିସିସି ସଭାପତିଙ୍କ ସଂପର୍କରେ ବିବାଦୀୟ ବୟାନ୍ ଦେଇଥିବା ଇତିଶ ପ୍ରଧାନଙ୍କ ପ୍ରସଙ୍ଗରେ ମୁହଁ ଖୋଲିଲେ ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂହ

ନୂଆଦିଲ୍ଲୀ: ନୂଆଦିଲ୍ଲୀଠାରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏବଂ ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂହଙ୍କ ଭିତରେ ଚାଲିଥିବା ଆଲୋଚନା ଶେଷ ହୋଇଛି। ଆଲୋଚନା ପରେ ପ୍ରତିକ୍ରିୟା ରଖିଛନ୍ତି  ନିରଞ୍ଜନ ପଟ୍ଟନାୟକ । ସେ କହିଛନ୍ତି ଯେ ଇତିଶ ପ୍ରଧାନ ଛାତ୍ର କଂଗ୍ରେସର ସଦସ୍ୟ ହୋଇଥିବା ହେତୁ ସେ ତାଙ୍କ ପ୍ରେସ ବିବୃତିକୁ ଗୁରୁତ୍ୱ ଦେଉନାହାନ୍ତି। ଏ ପ୍ରସଙ୍ଗରେ ଆଲୋଚନା ହୋଇନାହିଁ।

photo–asian age

ଆଗାମୀ ୨୫ରେ ଏଆଇସିସି ମହାସଚିବ ଓଡ଼ିଶା ଯିବେ । ସେ ମଙ୍ଗଳବାର ଦିନ ଓଡ଼ିଶା ଯାଇ ପାରନ୍ତି ବୋଲି କହିଛନ୍ତି ନିରଞ୍ଜନ ପଟ୍ଟନାୟକ । ଗତକାଲି ଏଆଇସିସି ସଚିବମାନଙ୍କ ବୈଠକରେ ଗାନ୍ଧିଜୀଙ୍କ ଜନ୍ମ ଜୟନ୍ତୀ ପାଳନ ନେଇ ସେପ୍ଟେମ୍ବର ୨୦ରୁ ୩୦ତାରିଖ ମଧ୍ୟରେ ରାଜ୍ୟମାନଙ୍କରେ ସାଧାରଣ ପରିଷଦ ବୈଠକ କରିବା ଲାଗି ନିଷ୍ପତ୍ତି ହୋଇଥିଲା। ପିସିସି ଓ ଏଆଇସିସି ସାଧାରଣ ସମ୍ପାଦକ, ଜିଲ୍ଲାସ୍ତରୀୟ କାର୍ଯ୍ୟକର୍ତ୍ତାମାନଙ୍କ ନେଇ ବୈଠକ କରାଯିବ।

ଏଣେ ଜିତେନ୍ଦ୍ର ସିଂ ଇତିଶ ପ୍ରଧାନ ପ୍ରେସମିଟ୍ ପ୍ରସଙ୍ଗରେ କହିଛନ୍ତି ଯେ ସେ କଥା ତାଙ୍କୁ ଜଣା ଅଛି। ଏ ବାବଦରେ ସେ ଏନଏସୟୁଆଇକୁ ଅବଗତ କରିଥିବା କହିଛନ୍ତି। ସେମାନେ ଏହା ଉପରେ ନିଷ୍ପତ୍ତି ନେବେ। ଦେଶର ଅର୍ଥନୈତିକ ମାନ୍ଦାବସ୍ଥାକୁ ନେଇ ଓଡ଼ିଶାରେ ମଧ୍ୟ ଜୋରଦାର ବିରୋଧ କରାଯିବ। ସାରା ଦେଶରେ ଏହାକୁ ନେଇ ଅକ୍ଟୋବର ୧୫ରୁ ୨୫ ତାରିଖ ମଧ୍ୟରେ ଆନ୍ଦୋଳନ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର