ଇତିଶ୍‌ ପ୍ରଧାନଙ୍କ ଇସ୍ତଫା ଅତ୍ୟନ୍ତ ହାସ୍ୟାସ୍ପଦ: କଂଗ୍ରେସ

ଭୁବନେଶ୍ବର : ଛାତ୍ର କଂଗ୍ରେସର ପୂର୍ବତନ ସଭାପତି ତଥା ଏନ୍‌.ଏସ୍‌.ୟୁ.ଆଇର ପୂର୍ବତନ ରାଜ୍ୟ ଆବାହକ ଇତିଶ ପ୍ରଧାନଙ୍କ ଦଳରୁ ଇସ୍ତଫା ଦେବା ନେଇ ପ୍ରଦେଶ କଂଗ୍ରେସ ପ୍ରତିକ୍ରିୟା ରଖିଛି। ଏ ନେଇ ପିସିସିର ପୂର୍ବତନ ମୁଖପାତ୍ର ପଦ୍ମାକର ଗୁରୁ ଏକ ପ୍ରେସ୍‌ ବିବୃତି ଜାରି କରି କହିଛନ୍ତି, ଦଳୀୟ ଶୃଙ୍ଖଳା ଭଙ୍ଗ କରିବାରୁ ଗତବର୍ଷ ସେପ୍ଟେମ୍ବର ୧୪ ତାରିଖରେ ଏନ୍‌.ଏସ୍‌.ୟୁ.ଆଇର ତତ୍କାଳୀନ ରାଷ୍ଟ୍ରୀୟ ସମ୍ପାଦକ ତଥା ଓଡ଼ିଶା ପ୍ରଭାରୀ ମୋଥା ରୋହିତ ଶ୍ରୀ ପ୍ରଧାନଙ୍କୁ ନିଲମ୍ବିତ କରିଥିଲେ। ସେହିଦିନଠାରୁ କଂଗ୍ରେସ ଦଳ ସହ ତାଙ୍କର କୌଣସି ବିଧିବଦ୍ଧ ସମ୍ପର୍କ ନଥିଲା। ସେହି ବ୍ୟକ୍ତି ଏବେ ପୁଣି ଥରେ ଇସ୍ତଫା ଦେବା କେବ​ଳ ନାଟକ ଓ ହାସ୍ୟାସ୍ପଦ। ଗଣମାଧ୍ୟମରେ ଶ୍ରୀ ପ୍ରଧାନ ଯେପରି ମନ୍ତବ୍ୟ ରଖିଛନ୍ତି, ସେଥିରେ କୌଣସି ସତ୍ୟତା ନାହିଁ। ଏହା ହୀନ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଓ ପିଲାଳିଆମି ଛଡ଼ା ଆଉ କିଛି ନୁହେଁ ବୋଲି ଶ୍ରୀ ଗୁରୁ କହିଛନ୍ତି।

ସମ୍ବନ୍ଧିତ ଖବର