ଇତିଶ୍ରୀ ହତ୍ୟା ମାମଲାକୁ ବନ୍ଦ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଟିକିରି ଶିକ୍ଷୟିତ୍ରୀ ଇତିଶ୍ରୀ ପ୍ରଧାନ ହତ୍ୟାକାଣ୍ଡ ମାମଲାକୁ ସୁପ୍ରିମ୍‌କୋର୍ଟ ଶୁକ୍ରବାର ବନ୍ଦ କରିଦେଇଛନ୍ତି । ଏହି ହତ୍ୟାକାଣ୍ଡର ତଦନ୍ତ କରୁଥିବା ସିବିଆଇ ହତ୍ୟାକାରୀକୁ ଧରି ନ ପାରିବାରୁ ମାମଲାକୁ ବନ୍ଦ ଘୋଷଣା କରିଛନ୍ତି ସର୍ବୋଚ୍ଚ ଅଦାଲତ । ଗତ ନଭେମ୍ବର ୧୭ ତାରିଖରେ ସିବିଆଇ ପକ୍ଷରୁ ଅଦାଲତଙ୍କ ପାଖରେ କ୍ଲୋଜର ରିପୋର୍ଟ ଦାଖଲ କରାଯାଇଥିଲା । ତେବେ ତତ୍କାଳୀନ ସ୍କୁଲ୍‌ ଏସ୍‌ଆଇ ନେତ୍ରାନନ୍ଦ ଦଣ୍ଡସେନାଙ୍କ ନାମରେ ମାମଲା ଜାରି ରହିବ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି । ଉଲ୍ଲେଖଯୋଗ୍ୟ କି ନେତ୍ରାନନ୍ଦ ଦଣ୍ଡସେନା ବର୍ତ୍ତମାନ୍‌ ଜେଲ୍‌ରେ ଅଛନ୍ତି ।

ସମ୍ବନ୍ଧିତ ଖବର