ଇତିଶ୍ରୀ ହତ୍ୟା ମାମଲା: ଦଣ୍ତସେନାଙ୍କ ଜାମିନ ଆବେଦନ ଖାରଜ

କଟକ: ବହୁଚର୍ଚ୍ଚିତ ଇତିଶ୍ରୀ ପ୍ରଧାନ ହତ୍ୟା ମାମଲାର ଅଭିଯୁକ୍ତ ପୂର୍ବତନ ସ୍କୁଲ ଇନ୍ସପେକ୍ଟର ନେତ୍ରାନନ୍ଦ ଦଣ୍ତସେନାଙ୍କ ଜାମିନ ଆବେଦନ ହାଇକୋର୍ଟ ଖାରଜ ହୋଇଛି। ନିମ୍ନ ଅଦାଲତ ଦଣ୍ଡାଦେଶକୁ ଚାଲେଞ୍ଜ କରି ଶ୍ରୀ ଦଣ୍ଡସେନା ହାଇକୋର୍ଟରେ ଅପିଲ ଦାୟର କରିଥିଲେ। ଅପିଲ ବିଚାରାଧୀନ ଥିବାବେଳେ ଜାମିନରେ ଛାଡ ପାଇିବା ପାଇଁ ସେ ଆବେଦନ କରିଥିଲେ। ଜଷ୍ଟିସ ଏସ୍.କେ.ମିଶ୍ର ଓ ଡକ୍ଟର ଜଷ୍ଟିସ ଏ.କେ.ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଜାମିନ ସଂପର୍କିତ ଅନ୍ତରୀଣ ଆବେଦନକୁ ଖାରଜ କରିଛନ୍ତି। ସରକାରଙ୍କ ପକ୍ଷରୁ ଏଜିଏ ଜନ୍ମେଜୟ କଟିକିଆ ମାମଲା ପରିଚାଳନା କରୁଛନ୍ତି। ଏଠାରେ ସୂଚନା ଯୋଗ୍ୟ ଯେ ରାୟଗଡା ଜିଲ୍ଲା କାଶୀପୁର ବ୍ଲକ୍‌ ଟିକିରି ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟତ୍ରୀ ଇତିଶ୍ରୀଙ୍କ ଦେହରେ କିରାସିନ ଢାଳି କେତେକ ଦୁର୍ବୃତ୍ତ ନିଆ ଲଗାଇ ଦେଇଥିଲେ। ୨୦୧୩, ନଭେମ୍ବର ୧ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା। ଘଟଣାରେ ଦଣ୍ତସେନାଙ୍କ ସ˚ପୃକ୍ତି ନେଇ ଅଭିଯୋଗ ହୋଇଥିଲା। ହତ୍ୟାର ମୁଖ୍ୟ ଷଡଯନ୍ତ୍ରକାରୀ ଭାବେ ଦଣ୍ତସେନାଙ୍କୁ ଦୋଷୀ ସାବ୍ୟସ୍ତ କରି ନିମ୍ନ ଅଦାଲତ ତାଙ୍କୁ ଆଜୀବନ ସଶ୍ରମ କାରାଦଣ୍ତରେ ଦଣ୍ତିତ କରିଥିଲେ।

ସମ୍ବନ୍ଧିତ ଖବର