ଭୁବନେଶ୍ୱର: ଖୁସି ଖବର ଦେଲେ ଓଲିଉଡର ଷ୍ଟାର ଦମ୍ପତ୍ତି । ବାପା-ମାଆ ହେଲେ ସବ୍ୟାର୍ଚ୍ଚିତା । ପୁତ୍ର ସନ୍ତାନର ବାପା ହେଲେ ଅଭିନେତା ସବ୍ୟସାଚୀ ମିଶ୍ର ଏବଂ ମାଆ ହେଲେ ଅଭିନେତ୍ରୀ ଅର୍ଚ୍ଚିତା । ପୁଅ ହେଇଥିବା ନେଇ ସୋସିଆଲ ମିଡିଆରେ ସୂଚନା ଦେଇ ଖୁସି ଜାହିର କରିଛନ୍ତି ସବ୍ୟସାଚୀ । ଏଥିସହ କାଳିଆ ଆସିଲା... ବୋଲି କହିଛନ୍ତି । ତାଙ୍କ କୁନି ପୁଅକୁ ଆଶୀର୍ବାଦ କରିବାକୁ ସେ ସମସ୍ତଙ୍କୁ ପ୍ରାର୍ଥନା କରିଛନ୍ତି ।

Advertisment

ତେବେ ଆଜି ସଞ୍ଜରେ ନୂଆ ଅତିଥି ଆସିବା ନେଇ ସୁରାକ ଦେଇଥିଲେ ସବ୍ୟସାଚୀ । ଏକ ମେସେଜରେ କିଛି ପଠାଉଥିବାର ଏକ ସଂକ୍ଷିପ୍ତ ସୂଚନା ଦେଇଥିଲେ ବି ସେହି ବାର୍ତ୍ତା ଯେ ତାଙ୍କ ବାପା ହେବାର ଖୁସି- ତାହା ଏବେ ସ୍ପଷ୍ଟ ହୋଇଛି । 

WhatsApp Image 2026-01-22 at 21.31.17
new born baby Photograph: (sambad.in)

ତେବେ ଡିସେମ୍ବର ୧୪ରେ ଓଲିଉଡର ଷ୍ଟାର ଦମ୍ପତ୍ତି ସବ୍ୟାର୍ଚ୍ଚିତା ଖୁବ ଶୀଘ୍ର ନୂଆ ଅତିଥିକୁ ସ୍ୱାଗତ କରିବାକୁ ଯାଉଛନ୍ତି ବୋଲି ଏକ ପୋଷ୍ଟ କରିଥିଲେ । ଉଭୟ ଏହି ଖୁସି ଖବରକୁ ସେମାନଙ୍କ ପ୍ରଶଂସକଙ୍କ ସହ ସେୟାର କରିଥିଲେ । ସବ୍ୟସାଚୀ ଓ ଅର୍ଚ୍ଚିତା ଖୁବଶୀଘ୍ର ବାପା-ମା ହେବାକୁ ଯାଉଛନ୍ତି ବୋଲି ସୋସିଆଲ ମିଡିଆରେ ସେବେ କହିଥିଲେ । ଆଉ ଏହାପରେ ତାଙ୍କୁ ଶୁଭେଚ୍ଛା ଛୁଟିଥିବା ବେଳେ ଏବେ ବାପା-ମାଆ ହେବା ପରେ ଦୁହିଁଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି ।  

କେବେ ବାହାଘର ହୋଇଥିଲା ? 

ଉଲ୍ଲେଖ ଥାଉ କି ଅର୍ଚ୍ଚିତା-ସବ୍ୟସାଚୀଙ୍କ ବାହାଘର ୨୦୨୧ ମାର୍ଚ୍ଚ ମାସରେ ରାଜସ୍ଥାନର ଏକ ବିଳାସମୟ ରିସୋର୍ଟରେ ହୋଇଥିଲା | ଦୀର୍ଘଦିନ ଧରି ଉଭୟଙ୍କ ଭିତରେ ଭଲପାଇବାକୁ ନେଇ ଚର୍ଚ୍ଚା ହେଉଥିଲା। ଶେଷରେ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇ ସାତ ଜନମର ସାଥୀ ହୋଇଥିଲେ ସବ୍ୟସାଚୀ ଓ ଅର୍ଚ୍ଚିତା।

କିଏ କେବେ ଆରମ୍ଭ କରିଥିଲେ କ୍ୟାରିୟର ?

ସବ୍ୟସାଚୀ-ଅର୍ଚ୍ଚିତା ଯୋଡିଙ୍କର ପ୍ରଥମ ସିନେମା ହେଲା ସଞ୍ଜୟ ନାୟକଙ୍କ ନିର୍ଦ୍ଦେଶିତ ‘ମୁଁ ସପନର ସୌଦାଗର’ । ଅବଶ୍ୟ ଏହା ପୂର୍ବରୁ ୨୦୦୫ ମସିହାରେ ‘ଓ ମାଇଁ ଲଭ’ ଫିଲ୍ମ ମାଧ୍ୟମରେ ଓଲିଉଡରେ ପାଦ ଦେଇଥିଲେ ଅର୍ଚ୍ଚିତା। ପରେ ପରେ ୨୦୦୭ରେ ପାଗଳ ପ୍ରେମୀ ସିନେମା ମାଧ୍ୟମରେ ଓଲିଉଡ ଦୁନିଆରେ ପାଦ ଥାପିଥିଲେ ସବ୍ୟସାଚୀ ମିଶ୍ର।