କେନ୍ଦୁଝର ଜିଲ୍ଲା ତେଲକୋଇରେ ଫଳିଛି ଅଦିନିଆ ପଣସ

ତେଲକୋଇ : କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ଭୀମକାଣ୍ଡ ପଞ୍ଚାୟତ ଗୋଳାଗାଡିଆ ଗ୍ରାମରେ ଫଳିଛି ଅଦିନିଆ ପଣସ। ଗ୍ରାମର ମୁଣ୍ଡା ସାହିର କଳାକାର ମୁଣ୍ଡାଙ୍କ ବାଡ଼ିରେ ଥିବା ପଣସ ଗଛରେ ଫଳ ଫଳିଥିବା ଦେଖିବାକୁ ମିଳିଛି। ପଣସଟିର ଓଜନ ୧୫ କିଲୋରୁ ଊର୍ଦ୍ଧ୍ବ ହେବ। ଗଛଟିର ବୟସ ୩୫ ବର୍ଷ। ୨୦୨୧ ଜୁଲାଇ ମାସରେ ପ୍ରଥମେ ପଣସ ଗଛରେ ଫୁଲ ଓ କଷି ଧରିବା ଆରମ୍ଭ ହୋଇଥିଲା। ୬ ମାସ ତଳେ ଫଳିଥିବା ଏହି ପଣସ ଏବେ ପାକଳ ହୋଇଗଲାଣି। ଆଉ ଅଳ୍ପ ଦିନ ମଧ୍ୟରେ ପଣସଟି ପାଚିବା ସମ୍ଭାବନା ସୃଷ୍ଟି ହୋଇଛି।

ସାଧାରଣତଃ ଡିସେମ୍ବର ଶେଷ ଓ ଜାନୁଆରି ମାସରେ ପଣସ ଗଛରେ ଫୁଲ ଓ ଫଳ ଧରିବା ଆରମ୍ଭ ହୋଇଥାଏ। ତେବେ ଏହି ଅଦିନିଆ ପଣସ ଫଳିବା ନେଇ ସ୍ଥାନୀୟ ଲୋକମାନେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ଏନେଇ ସ୍ଥାନୀୟ ବାସିନ୍ଦା ଦୁବେଇ ମୁଣ୍ଡା କହିଛନ୍ତି ଅଦିନିଆ ପଣସ ଫଳିବା ନେଇ ଆମେ ବିସ୍ମିତ। ଗଛରେ ପଣସଟି ପାଚିବା ପର୍ଯ୍ୟନ୍ତ ରଖିବାକୁ ଚେଷ୍ଟା କରୁଥିବା ସେ କହିଛନ୍ତି। ଏନେଇ ତେଲକୋଇ ବ୍ଲକ୍‌ ଉଦ୍ୟାନ କୃଷି ଅଧିକାରୀ ଅରୁଣାରାଣୀ ଓରାମଙ୍କୁ ପଚାରିବାରୁ ପାଣି ପାଗରେ ପରିବର୍ତ୍ତନ ସହିତ ପରାଗ ରେଣୁ ଦ୍ୱାରା ସ୍ୱଭାବିକ ଭାବରେ ଗଛରେ ବେଳେ ବେଳେ ଫଳ ଆସେ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର