ବୌଦ୍ଧ : କନ୍ଧମାଳ ଲୋକସଭା କ୍ଷେତ୍ର ଅଧୀନ ଜି.ଉଦୟଗିରି ବିଧାନସଭା ନିର୍ବାଚନମଣ୍ଡଳୀର କଂଗ୍ରେସ ବିଧାୟକ ଜାକବ ପ୍ରଧାନ ପୂର୍ବରୁ ବିଧାୟକ ପଦରୁ ଇସ୍ତଫା ଦେବା ନେଇ ଘୋଷଣା କରି ସାରିଥିବା ବେଳେ ଗୁରୁବାର ଓଡ଼ିଶା ବିଧାନସଭା ବାଚସ୍ପତି ପ୍ରଦୀପ ଅମାତଙ୍କ ବୌଦ୍ଧସ୍ଥିତ ବାସଭବନ କାର୍ଯ୍ୟାଳୟ ପହଞ୍ଚି ବାଚସ୍ପତିଙ୍କୁ ତାଙ୍କ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ପୂର୍ବରୁ କଂଗ୍ରେସ ଦଳର ପ୍ରଥମିକ ସଦସ୍ୟତାରୁ ମଧ୍ୟ ଇସ୍ତଫା ଦେଇ ୨୦୧୯ ସାଧାରଣ ନିର୍ବାଚନରେ ସ୍ବାଧୀନ ପ୍ରାର୍ଥୀ ଭାବେ ନିଜର ପ୍ରାର୍ଥୀପତ୍ର ମଧ୍ୟ ଦାଖଲ କରିଛନ୍ତି। ୨୦୧୪ ସାଧାରଣ ନିର୍ବାଚନରେ ଜି.ଉଦୟଗିରି ବିଧାନସଭା ନିର୍ବାଚନମଣ୍ଡଳୀରୁ ୧୦ହଜାରରୁ ଅଧିକ ଭୋଟରେ ବିଜୟୀ ହୋଇଥିଲେ। ୨୦୧୯ ନିର୍ବାଚନରେ ତାଙ୍କୁ କଂଗ୍ରେସ ପକ୍ଷରୁ ଟିକଟ ନଦିଆଯାଇ ଅମାନତ ହରାଇଥିବା ଜଣେ ବ୍ୟକ୍ତିଙ୍କୁ ଦଳ ପକ୍ଷରୁ ଟିକଟ ଦିଆଯାଇଛି ବୋଲି ସେ ନିଜ ପ୍ରତିକ୍ରିୟା ରଖିଛନ୍ତି। କଂଗ୍ରେସରେ ତାଙ୍କୁ ନିର୍ଯାତନା ଦିଆଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି। ଦଳର ପ୍ରାଥମିକ ସଦସ୍ୟରୁ ଇସ୍ତଫା ଦେବା ପରେ ଦଳର ବିଧାୟକ ଭାବେ ରହିବାର ନୈତିକ ଅଧିକାର ନାହିଁ ବୋଲି ସେ କହିଛନ୍ତି। ଜି.ଉଦୟଗିରି ବିଧାୟକ ଜାକବ ପ୍ରଧାନଙ୍କ ଇସ୍ତଫାପତ୍ର ଗ୍ରହଣ କରାଯାଇଛି ବୋଲି ବାଚସ୍ପତି ଶ୍ରୀ ଅମାତ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ବିଧାୟକ ପଦରୁ ଜାକବ ପ୍ରଧାନଙ୍କ ଇସ୍ତଫା
/sambad/media/post_attachments/wp-content/uploads/2019/03/SBPHO28-JAKAB-PRADHAN.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)