ଦିଲ୍ଲୀ ଏମସ୍‌ରୁ କଟକ ଏସସିବିକୁ ଜଗା ବଳିଆଙ୍କ ଆସିବା ନେଇ ୭ ଦିନ ମଧ୍ୟରେ ନିଷ୍ପତ୍ତି: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ

ଭୁବନେଶ୍ୱର: କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ଅଞ୍ଚଳର ଯୋଡ଼ାମୁଣ୍ଡ ଶିଶୁ ଜଗା ବଳିଆଙ୍କ ସଫଳ ଅପରେସନ ପରେ ଏବେ ବି ଜାତୀୟ ରାଜଧାନୀ ନୂଆଦିଲ୍ଲୀସ୍ଥିତ ଅଖିଳ ଭାରତୀୟ ଆୟୁବିଜ୍ଞାନ ସଂସ୍ଥାନ (ଏମସ୍‌)ରେ ଚିକିତ୍ସା ଜାରି ରହିଛି। ଉଭୟ ଶିଶୁ ଅଳ୍ପ ଦିନ ମଧ୍ୟରେ କଟକ ବଡ଼ମେଡିକାଲକୁ ଆସିବେ। ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଗଣମାଧ୍ୟମକୁ ଏହି ସୂଚନା  ଦେଇଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି, ଜଗା ବଳିଆଙ୍କ ଡିସ୍‌ଚାର୍ଜ ନେଇ ଆଗାମୀ ୭ ଦିନ ମଧ୍ୟରେ ଚୂଡ଼ାନ୍ତ ନିଷ୍ପତ୍ତି ହେବ।

ମିଳିଥିବା ସୂଚନା ମୁତାବକ, ଜଗା ବଳିଆଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପୂର୍ଣ୍ଣ ଯାଞ୍ଚ କରାଯାଇଛି। ଅପରେସନରେ ସାମିଲ୍‌ ଥିବା ଡାକ୍ତରୀ ଟିମ୍‌ର ସମସ୍ତ ବିଶେଷଜ୍ଞ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଉଭୟ ଜଗା ବଳିଆଙ୍କୁ ଡିସ୍‌ଚାର୍ଜ କରିବାକୁ ନିଷ୍ପତ୍ତି ନିଆଯାଇଛି। ଡିସ୍‌ଚାର୍ଜ ପରେ ମଧ୍ୟ ଜଗା ବିଳଆଙ୍କର ଯେପରି ଉଚିତ୍‌ ଯତ୍ନ ନିଆଯାଇପାରିବ ସେନେଇ ପୂର୍ବରୁ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଆଗୁଆ ଅବଗତ କରାଯିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର