ହାତ ଗୋଡ ହଲାଉଛି ବଳିଆ, ମା’ କୋଳରେ ଭାତ ଖାଉଛି ଜଗା

ଭୁବନେଶ୍ୱର/ନୂଆଦିଲ୍ଲୀ: ଦିଲ୍ଲୀ ଏମ୍‌ସରେ ଚିକିତ୍ସିତ ହେଉଥିବା ଯୋଡାମୁଣ୍ଡ ଶିଶୁ ଜଗା-ବଳିଆଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିଛିା ବଳିଆ ଅପେକ୍ଷା ଜଗାର ସ୍ୱାସ୍ଥ୍ୟବସ୍ଥାରେ ଶୀଘ୍ର ଉନ୍ନତି ଘଟୁଛି, ଗୁରୁବାର ମା’ କୋଳରେ ବସି ଜଗା ଭାତ, ଡାଲି, ଅଣ୍ଡା, ସୁପ୍‌, ଜୁସ୍‌ ଓ ମହୁ ଭଳି ଖାଦ୍ୟ ଖାଇଛି । କେବଳ ଏତିକି ନୁହେଁ ଜଗା ମା କୋଳରେ ବସୁଛି ଓ ଗୀତ ମଧ୍ୟ ଶୁଣୁଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା।

ସେପଟେ ବଳିଆର ସ୍ୱାସ୍ଥ୍ୟବସ୍ଥାରେ ମଧ୍ୟ ଧିରେ ଧିରେ ଉନ୍ନତି ଘଟୁ ଥିବା ଡାକ୍ତର ସୂଚନା ଦେଇଛନ୍ତି। ବଳିଆ ହାତ ଗୋଡ ହଲାଉଛି । ଉଭୟ ଶିଶୁଙ୍କ ଉପରେ ଡାକ୍ତରୀଦଳ ନଜର ରଖିଛନ୍ତି । ନିୟମିତ ଭାବରେ ଉଭୟ ଶିଶୁଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି ।

କନ୍ଧମାଳର ଯୋଡାମୁଣ୍ଡ ଶିଶୁ ଜଗା-ବଳିଆଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଆସୁଥିବା ବେଳେ ତାଙ୍କ ଉଦ୍ଦେଶ୍ୟରେ କନ୍ଧମାଳ ଜିଲ୍ଲାର ସମସ୍ତ ସରକାର ଅଧିକାରୀ ଓ କର୍ମଚାରୀ ଗୋଟିଏ ଦିନର ଦରମା ଜିଲ୍ଲାପାଳଙ୍କୁ ଦେଇଛନ୍ତି। ପୂରା ରାଜ୍ୟରେ ଜଗା-ବଳିଆଙ୍କ ଆରୋଗ୍ୟ କାମନା କରାଯିବା ସହ କେବେ ଏମାନେ ସୁସ୍ଥ ହୋଇ ଘରକୁ ଫେରିବେ ତାହା ଉପରେ ଅପେକ୍ଷାରେ ସମସ୍ତେ ଅଛନ୍ତି।

ସମ୍ବନ୍ଧିତ ଖବର