ଭୁବନେଶ୍ୱର: କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ଅଞ୍ଚଳର ଯୋଡ଼ାମୁଣ୍ଡ ଶିଶୁ ଜଗା-ବଳିଆ ଦିଲ୍ଲୀରୁ ଭୁବନେଶ୍ୱର ସ୍ଥାନାନ୍ତର ହେବେ। ଜଗା-ବଳିଆଙ୍କୁ ଆଗାମୀ ମାର୍ଚ୍ଚରେ ଭୁବନେଶ୍ୱରର ଏକ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ଗୁରୁବାର ସୂଚନା ଦେଇଛନ୍ତି। ସେ କହିଛନ୍ତି, ଡିସ୍ଚାର୍ଜ ପରେ କେଉଁଠି ରଖାଯିବ ଅନୁଧ୍ୟାନ ଚାଲିଛି। ମାର୍ଚ୍ଚ ୨ୟ ସପ୍ତାହରେ ଦିଲ୍ଲୀ ଅଖିଳ ଭାରତୀୟ ଆୟୁବିଜ୍ଞାନ ସଂସ୍ଥାନରୁ ସ୍ଥାନାନ୍ତର ପୂର୍ବରୁ ଓଡ଼ିଶାରୁ ୫ଜଣିଆ ସ୍ୱତନ୍ତ୍ର ଟିମ୍ ଏମ୍ସ ଆସି ଉଭୟଙ୍କୁ ଦିଆଯାଉଥିବା ଚିକିତ୍ସାର ଅନୁଧ୍ୟାନ କରିବେ ବୋଲି ଶ୍ରୀ ଜେନା କହିଛନ୍ତି।
ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସୂଚନା: ମାର୍ଚ୍ଚରେ ଫେରିବେ ଜଗା-ବଳିଆ
/sambad/media/post_attachments/wp-content/uploads/2018/02/JAGA-1-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)