ନୂଆଦିଲ୍ଲୀ: ଜଗା ସୁସ୍ଥ, ନଳୀ ଦ୍ୱାରା ଖାଦ୍ୟ ଖାଉଛି ବଳିଆ

ଜଗା-କାଳିଆଙ୍କ ସ୍ୱାସ୍ଥ୍ୟବସ୍ଥା ଯାଂଚ କଲେ ସ୍ୱତନ୍ତ୍ର ଟିମ୍‌

ନୂଆଦିଲ୍ଲୀ/ଭୁବନେଶ୍ୱର: କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ଅଞ୍ଚଳର ଯୋଡ଼ାମୁଣ୍ଡ ଶିଶୁ ଜଗା-ବଳିଆଙ୍କ ଅପରେସନ ପରେ ଅଲଗା-ଅଲଗା ରଖାଯାଇଥିଲେ ମଧ୍ୟ ସେମାନେ ସଂପୂର୍ଣ୍ଣ ସୁସ୍ଥ ହୋଇ ନଥିବା ଜଣାପଡ଼ିଛି। ଦିଲ୍ଲୀସ୍ଥିତ ଅଖିଳ ଭାରତୀୟ ଆୟୁବିଜ୍ଞାନ ସଂସ୍ଥାନ (ଏମ୍ସ)ରେ ଉଭୟ ଶିଶୁଙ୍କ ଚିକିତ୍ସା ଜାରି ରହିଛି। ଜଗା-ବଳିଆଙ୍କ ସ୍ୱାସ୍ଥ୍ୟାବସ୍ଥା କେମିତି ଅଛି ସେ ନେଇ, ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ସଚିବଙ୍କ ସହ ରାଜ୍ୟର କିଛି ବଛାବଛା ଡାକ୍ତର ନିକଟରେ ଯାଂଚ କରିଛନ୍ତି।

ଜଗା-କାଳିଆଙ୍କ ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ଯାଞ୍ଚ କରିଥିବା ଟିମ୍‌ ଦେଇଥିବା ସୂଚନା ଅନୁସାରେ ଜଗାର ସ୍ୱାସ୍ଥ୍ୟାବସ୍ଥା ଠିକ୍‌ ଅଛି। ବଳିଆର ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସି ନାହିଁ। ବଳିଆର ଓଜନ ମଧ୍ୟ ସ୍ୱାଭାବିକ ହୋଇ ନାହିଁ। ତା’ର ସ୍ନାୟୁ ଦୁର୍ବଳ ରହିଛି। ସେହିପରି ବଳିଆ ଅସୁସ୍ଥ ଅନୁଭବ କରୁଥିବାରୁ ପେଟ ନଳୀ ଦ୍ୱାରା ଖାଦ୍ୟ ଦିଆଯାଉଛି। ଟିମ୍‌ କହିଛି, ଯେହେତୁ ବଳିଆ ଫିଟ୍‌ ହୋଇ ନାହିଁ, ତେଣୁ ଅଧିକ ଡାକ୍ତରୀ ଅନୁଧ୍ୟାନର ଆବଶ୍ୟକତା ରହିଛି।

ସୂଚନାଯୋଗ୍ୟ ଜଗା-ବଳିଆଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ଗତ ନଭେମ୍ବର ୨୪ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କୁ ଚିଠି ଲେଖିଥିଲେ। ଚିଠିରେ ନବୀନ ଜଗା-ବଳିଆ ସଂପୂର୍ଣ୍ଣ ସୁସ୍ଥ ହେବା ଯାଏଁ ଦିଲ୍ଲୀ ଏମ୍ସରେ ଚିକିତ୍ସା କରାଯାଉ ବୋଲି ଅନୁରୋଧ କରିଥିଲେ।

ସମ୍ବନ୍ଧିତ ଖବର