ହାତରେ ବଲ ଫିଙ୍ଗି ଖେଳୁଛିି ଜଗା, ବଳିଆ ସ୍ୱାସ୍ଥ୍ୟାବସ୍ଥା ସ୍ଥିର

ଭୁବନେଶ୍ୱର: ନୂଆଦିଲ୍ଲୀର ଏମ୍‌ସରେ କନ୍ଧମାଳର ଯୋଡ଼ାମୁଣ୍ଡ ଶିଶୁ ଜଗା ଓ ବଳିଆ ଅସ୍ତ୍ରୋାରପଚାର ଦ୍ୱାରା ଅଲଗା ହେବା ପରେ ଜଗାର ସ୍ୱାସ୍ଥ୍ୟ କ୍ରମାଗତଭାବେ ସ୍ୱାଭାବିିକ ହେଉଥିବା ଦେଖିବାକୁ ମିଳିଛି୧। ଆଜି ଏକସ ପକ୍ଷରୁ ଜାରି ଫଟୋ ଓ ଭିଡିଓରେ ଜଗା ହାତରେ ବଲ ଫିଙ୍ଗି ଖେଳୁଥିବା, ହାତରେ ଧରି ଖାଉଥିିବାର ଭିଡ଼ିଓ ଆସିଛି। ଏଥିରୁ ଜଗାର ସ୍ୱାସ୍ଥ୍ୟାବସ୍ଥାରେ ଯେ ବେଶ୍‌ ଉନ୍ନତି ଘଟଥିବା ଜଣାପଡ଼ୁଛି। ଅପରପକ୍ଷେ ଏବେ ବି ବଳିଆର ଅବସ୍ଥାରେ ବିଶେଷ ପରିବର୍ତ୍ତନ ହୋଇ ନାହିଁ। ବଳିଆର ସ୍ୱାସ୍ଥ୍ୟରେ ଧୀରେ ଧୀରେ ସୁଧାର ଆସୁଛି।
ସୂଚନାଯୋଗ୍ୟ ଯେ ଏମ୍‌ସରେ ଦୁଇଟି ପର୍ଯ୍ୟାୟ ଅସ୍ତ୍ରୋପଚାରରେ ଦୁଇ ଶିଶୁ ପରସ୍ପର ଠାରୁ ଅଲଗା ହେବାପରେ ପ୍ରଥମେ ଜଗାକୁ ଏମ୍‌ସର ପ୍ରାଇଭେଟ୍‌ ଓ୍‌ାର୍ଡକୁ ସ୍ଥାନାନ୍ତରିତ କରାଯାଇଥିଲା। କାରଣ ଜଗାର ଶରୀର ଡାକ୍ତରୀ ଔଷଧକୁ ବେଶ୍‌ ଭଲଭାବେ ଗ୍ରହଣ କରୁଥିଲା । ଏପରିକି ଜଗା ତାର ବାପାମାଆଙ୍କୁ ଦେଖି ଖୁସି ହୋଇଥିଲା। ଏଥିରୁ ଜଗା ସ୍ୱାଭାବିକ ଆଡକୁ ଆସୁଥିବା ଡାକ୍ତରମାନେ ଅଶା ପ୍ରକଟ କରିଥିଲେ। ତେବେ ଗତ ଦୁଇ ଦିନ ହେଲା ବଳିଆକୁ ସ୍ୱତନ୍ତ୍ର ପ୍ରାଇଭେଟ ଓ୍ଵାର୍ଡକୁ ସ୍ଥାନାନ୍ତର କରାଯାଇ ଭେଣ୍ଟିଲେଟରରେ ରଖାଯାଇଛି । ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେବାରୁ ଏମ୍‌ସ ଡାକ୍ତରୀଦଳ ବଳିଆର ଟ୍ରାଚେଓଟୋମି ଅସ୍ତ୍ରୋପଚାର କରିଥିଲେ।ତଣ୍ଟିରୁ ଶ୍ୱାସନଳୀ ପର୍ଯ୍ୟନ୍ତ ନିଶ୍ୱାସ ପ୍ରଶ୍ୱାସ ନେବା ପାଇଁ ଟ୍ରାଚେଓଟୋମି ଦ୍ୱାରା ଏକ ଯନ୍ତ୍ର ଖଞ୍ଜା ଯିବା ପରେ ବଳିଆକୁ ସ୍ୱତନ୍ତ୍ର ପ୍ରାଇଭେଟ୍‌ ଓ୍ଵାର୍ଡକୁ ସ୍ଥାନାନ୍ତର କରାଯାଇଥିଲା।
ଦ୍ୱିତୀୟ ପର୍ଯ୍ୟାୟ ଅପରେସନ ପରେ କ୍ଷତ ଶୋଧନ ପ୍ରକ୍ରିୟା ପରେ ଡାକ୍ତରମାନେ ବଳିଆର ପ୍ଲାଷ୍ଟିକ ସର୍ଜରୀ ଦ୍ୱାରା ଚର୍ମ ରୋପଣ କରିଥିଲେ। ଯେଉଁଥିପାଇଁ ଏମ୍‌ସର ଚର୍ମ ବ୍ୟାଙ୍କରୁ ଚର୍ମ ଅଣାଯାଇଥିଲା ତଥା ବଳିଆର ଉପରିଭାଗରେ ଥିବା ଅଦରକାରୀ ଅଶଂକୁ କାଢ଼ି ନିଆଯାଇଥିଲା । ସ୍ୱତନ୍ତ୍ର ପ୍ରାଇଭେଟ୍‌ ଓ୍ଵାର୍ଡରେ ମଧ୍ୟ ବଳିଆର ସ୍ୱାସ୍ଥ୍ୟବସ୍ଥାକୁ ଚବିଶ ଘଣ୍ଟା ମନିଟରିଂ କରାଯାଉଛି। ବଳିଆର ସ୍ୱାସ୍ଥ୍ୟାବସ୍ଥାରେ ଧିରେ ଧିରେ ଉନ୍ନତି ହୋଇପାରେ ବୋଲି ଡାକ୍ତରୀଦଳ ଆଶା ପ୍ରକଟ କରିଛନ୍ତି। ର୍ନିଦ୍ଧିଷ୍ଟ କେତେଦିନ ପର୍ଯ୍ୟନ୍ତ ବଳିଆ ଭେଣ୍ଟିଲେଟରରେ ରହିବ ତଥା ବିପଦ ମୁକ୍ତ ହେବ ଏନେଇ ଏମ୍‌ସ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ । ସେମାନଙ୍‌ (ଜଗାବଳିଆଙ୍କ) ବାପା ଭୂୟାଁ କହଁର ବଳିଆକୁ ନ୍ୟୁରୋ ଆଇସିୟୁକୁ ଦେଖିବାପାଇଁ ଯାଇଥିଲେ ଏବଂ ବଳିଆ ସ୍ୱତନ୍ତ୍ର ପ୍ରାଇଭେଟ ଓ୍ଵ୍‌ାର୍ଡକୁ ଫେରିବାପରେ ସେ ଖୁସିବ୍ୟକ୍ତ କରିଥିଲେ।

 

ସମ୍ବନ୍ଧିତ ଖବର