ପାରଳାଖେମୁଣ୍ଡି/ରା.ଉଦୟଗିରି: ଗଜପତି ଜିଲ୍ଲା ବିଜୁ ଜନତା ଦଳର ନୂଆ କମିଟି ‌ଆଜି ଘୋଷଣା କରାଯାଇଛି। ଜିଲ୍ଲା ବିଜେଡି ସଭାପତି ଭାବେ ମୋହନା ବିଧାନସଭା ଆସନର ଜଣାଶୁଣା ରାଜନେତା, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଜଗବନ୍ଧୁ ଦାଶଙ୍କ ନାମ ଘୋଷଣା କରାଯାଇଛି। ଜିଲ୍ଲାରେ ବିଜେଡି ନିଜର ଅସ୍ତିତ୍ବ ଜାହିର କରିବା ପରଠାରୁ ଏପର୍ଯ୍ୟନ୍ତ କେବେ ମଧ୍ୟ ମୋହନା ନିର୍ବାଚନ ମଣ୍ଡଳୀ ରାଜନୀତିକୁ ଏ ପଦବି ମିଳିନଥିଲା। ଆଜି ଏହା ମିଳିବା ପରେ ମୋହନା ନିର୍ବାଚନ ମଣ୍ଡଳୀରେ ଦଳୀୟ କର୍ମୀଙ୍କ ମଧ୍ୟରେ ନୂତନ ଉତ୍ସାହ ଖେଳିଯାଇଛି। ଅନ୍ୟପଟେ ୭ବର୍ଷ ଧରି ଜିଲ୍ଲା ବିଜେଡି ସଂଗଠନର ସଭାପତି ଦାୟିତ୍ବରେ ଥିବା ଯୁବନେତା ପ୍ରଦୀପ କୁମାର ନାୟକଙ୍କୁ ରାଜ୍ୟ ସମ୍ପାଦକ ପଦ ମିଳିଛି। ସେହିପରି ପୂର୍ବତନ ଜିଲ୍ଲା ସଭାପତି ବସନ୍ତ କୁମାର ଦାଶଙ୍କୁ ମଧ୍ୟ ରାଜ୍ୟ ସଂଗଠନର ସାଧାରଣ ସମ୍ପାଦକ ଦାୟିତ୍ବ ଦିଆଯାଇଛି। ଜିଲ୍ଲା ସଂଗଠନର ଆଉ ଏକ ମୁଖ୍ୟ ପରିବର୍ତ୍ତନରେ ପାରଳାଖେମୁଣ୍ଡି ପୌରପାଳିକାର ସଭାପତି ଦାୟିତ୍ବ ପାଇଛନ୍ତି ଜଣାଶୁଣା ରାଜନେତା ସୁଧୀରଞ୍ଜନ ମହାପାତ୍ର। ଅନେକ ବର୍ଷ କଂଗ୍ରେସରେ ବିଭିନ୍ନ ପଦବିରେ ରହିଥିବା ସୁଧୀରଞ୍ଜନ ୩ବର୍ଷ ପୂର୍ବେ କଂଗ୍ରେସ ଛାଡି ବିଜେଡିରେ ଯୋଗଦାନ କରିଥିଲେ।

Advertisment

ସେହିଭଳି ନବ ଗଠିତ ଜିଲ୍ଲା କମିଟିର ଉପସଭାପତି ଭାବେ ଅନ୍ତର୍ଯାମୀ ଗମାଙ୍ଗ, ଲକ୍ଷ୍ମୀକାନ୍ତ ପରିଚ୍ଛା, ଏସ୍‌.ଗଜପତି ରାଓ, ବୋରା ଲକ୍ଷ୍ମୀନାରାୟଣ, ନୀର ଭୂୟାଁ, ରଘୁରାମ ସାହୁ, ଓ୍ବାଇ.ରାମଚନ୍ଦ୍ର ରାଓ, ରକ୍କମ ସତୀଶ, ଆର୍‌.ବିଜୟ କୁମାର, ଦଣ୍ଡାସୀ ସାହୁ, ଲଜର ମାଝି, ସୁଦାମ ଶବର, ଜମେଶ ରାଇକାଙ୍କ ନାମ ଘୋଷିତ ହୋଇଛି। ସାଧାରଣ ସମ୍ପାଦକ ଭାବେ ରକ୍କମ ରାମପ୍ରସାଦ, ପାଣ୍ଟାଲା ପ୍ରସାଦ ରାଓ, ଜମିଦାର ପଟ୍ଟନାୟକ, ସୁମନ୍ତ ଚିନ୍ତଡା,ଏସ୍‌.ଭାସ୍କର ରାଓ, ରାଜେନ୍ଦ୍ର କୁମାର ରଣସିଂନାୟକ, ଯୁଧିଷ୍ଠିର ବଡ଼ମୁଣ୍ଡି, ସୁଦର୍ଶନ ରଇତ, ସୋମନାଥ ବଳିୟାରସିଂ, ହାଡିଆ କନ୍ଧ, ଭାରତଭୂଶଣ ମହାନ୍ତି, ରାଜୀବ ମଲ୍ଲିକ ନାମ ଘୋଷିତ ହୋଇଥିବା ବେଳେ ସମ୍ପାଦକ ଭାବେ ଶିଶିର ପ୍ରଧାନ, କେ,ଜୀବରତ୍ନମ, ସମସୁଲନ ରଇତ, ଶିବରାମ ସାହୁ, ଜ୍ଞାନରଞ୍ଜନ ଜେନା, ବିରଞ୍ଚି ନାରାୟଣ ନାରାୟଣ ଦେବ, ପ୍ରଫୁଲ୍ଲ ଲିମା, ପ୍ରକାଶ ନାୟକ, ଡି.ଆପ୍ପା ରାଓ, ଦୀପକ ପାଣି, ଭି,ଭେଙ୍କଟ ଗିରି, ଦେବାନନ୍ଦ ନାୟକ ଓ ଅଭୟ ପରିଚ୍ଛାଙ୍କ ନାମ ଘୋଷଣା ହୋଇଛି। ଯୁଗ୍ମ ସମ୍ପାଦକ ଭାବେ କେ. ତେଜେଶ୍ବର ରାଓ, ଦେବଚନ୍ଦ୍ର ପ୍ରଧାନ, ପି.ରାମବାବୁ, ତ୍ରିନାଥ ନାୟକ, ଅର୍ଜୁନ ଶବର, ମୋଜେସ ଦଳବେହେରା, ଯୋଗେନ୍ଦ୍ର କାର୍ଜି, ଅଜିତ ନାୟକ, ଏ.ବାସୁଦେବ ରାଓ, ହୃଦୟ ପାଣି, ଜଗନ୍ନାଥ ରାଣାରାଓ, ଯୋଗେନ୍ଦ୍ର କୁମାର ସାହୁ, ଇନସ ରଇତ, ଇନସ ଶବର, ଯକ୍ଷ ମଣ୍ଡଳଙ୍କ ନାମ ଘୋଷଣା କରାଯାଇଛି।

ସେହିଭଳି କୋଷାଧ୍ୟକ୍ଷ ଭାବେ ଗୋପବନ୍ଧୁ ପଟ୍ଟନାୟକଙ୍କ ନାମ ତାଲିକାରେ ରହିଥିବା‌ ବେଳେ ଜିଲ୍ଲାର ସମସ୍ତ ବ୍ଲକ ଓ ଏନ୍‌ଏସିର ସଭାପତିଙ୍କନାମ ମଧ୍ୟ ଘୋଷଣା କରାଯାଇଛି। ପାରଳାଖେମୁଣ୍ଡି ମୁନ୍‌ସିପାଲଟିର ସଭାପତି ଭାବେ ସୁଧୀରଞ୍ଜନ ମହାପାତ୍ର, କାଶୀନଗର ଏନଏସିର ସଭାପତି ଭାବେ ରକ୍କମ ଚଲାପତି ରାଓ, ମୋହନା ବ୍ଳକ୍‌ ସଭାପତି ଭାବେ ରଞ୍ଜୀବ ଶବର, ଆର୍‌.ଉଦୟଗିରି ସଭାପତି ଭାବେ ଭୀମ ପାଇକ, ରାୟଗଡ଼ ବ୍ଳକ୍‌ର ସଭାପତି ଭାବେ ସୀମାଞ୍ଚଳ ମହାନ୍ତି, ନୂଆଗଡ଼ ବ୍ଳକ୍‌ର ସଭାପତି ଭାବେ ଜହନ ମାଝି, କାଶୀନଗର ବ୍ଲକ୍‌ର ସଭାପତି ଭାବେ ଅଖିଳ କୁମାର ପାତ୍ର , ଗୋଷାଣୀ ବ୍ଲକ୍‌ର ସଭାପତି ଭାବେ ସିଏଚ୍‌ ଈଶ୍ବର ରାଓ ଏବଂ ଗୁମ୍ମା ବ୍ଲକ୍‌ର ସଭାପତି ଭାବେ ଅଗଷ୍ଟସ ଗାମାଙ୍ଗ ନାମ ଘୋଷଣା କରାଯାଇଛି।