ଜୟପୁର: ଆରକୁୁ-କୋଟା ମଧ୍ୟରେ ଟ୍ରେନ ଲାଇନର ଗୋଟିଏ ପୋଲରେ ଫାଟ ଯୋଗୁଁ ଟ୍ରେନ ଚଳାଚନ ବନ୍ଦ ରହିିଛି। ଘଟଣାସ୍ଥଳରେ ସ୍ୱତନ୍ତ୍ର ଟିମ୍ ମରାମତି କାମ ଆରମ୍ଭ କରିଛି। ତେଣୁ ଜଗଦଲପୁର-ବିଶାଖାପାଟଣା ରୁଟ୍ରେ ଟ୍ରେନ ଚଳାଚଳ ବନ୍ଦ ହୋଇଯାଇଛି। ଏନେଇ ଜଗଦଲପୁର- ବିଶାଖାପଟଣା ରୁଟ ଦେଇ ଯାତାୟତ କରୁଥିବା ଯାତ୍ରୀବାହି ତଥା ମାଲବାହି ଟ୍ରେନ ଗୁଡିକ ରାୟଗଡା ରୁଟ୍ ଦେଇ ଯାତାୟତ କରୁଥିବା ଜୟପୁର ଷ୍ଟେସନ ମ୍ୟାନେଜର ଲକ୍ଷ୍ମୀ ନାରାୟଣ ଦାଶ ସୂଚନା ପ୍ରଦାନ କରିଛନ୍ତି। ଏହି ମରାମତି ପାଇଁ ୨ମାସ ସମୟ ଲାଗିବ ବୋଲି କହିଛନ୍ତି।
ରେଳବାଇ ପକ୍ଷରୁ ମିଳିଥିବା ସୂଚନା ଗତ ୬ ତାରିଖରେ ଆରକୁ- କୋଟା ଷ୍ଟେସନ ମଝିରେ ଏକ ଟନେଲ ନିକଟରେ ବଡ ପଥର ଖସି ବ୍ରିଜର ପିଲାରରେ ବାଜି ଫାଟ ସୃଷ୍ଟି ହୋଇଥିଲା। ଖବର ପାଇ ରେଳବାଇ ଟିମ୍ ଘଟଣାସ୍ଥଳରେ ପହଞ୍ଚି ମରାମତି ଆରମ୍ଭ କରିଥିଲେ। ଗୋଟିଏ ମାତ୍ର ଲାଇନ ଥିବାରୁ ଏହି ରୁଟ୍ ଦେଇ ଯାଉଥିବା ସମସ୍ତ ଟ୍ରେନକୁ ବାତିଲ କରାଯାଇଛି। ଜଗଦଲପୁର-ବିଶାଖାପାଟଣାକୁ ଯାଉଥିବା ପାସିଞ୍ଜର ଟ୍ରେନ ଓ ସ୍ୱତନ୍ତ୍ର ଏକ୍ସପ୍ରେସ ଟ୍ରେନ ସେହିଦିନ ଠାରୁ କୋରାପୁଟ ଷ୍ଟେସନରୁ ରାୟାଗଡା ରୁଟ ଦେଇ ଯାତାୟତ କରୁଛି। ଏହାସହ ସମସ୍ତ ମାଲବାହି ଟ୍ରେନ ମଧ୍ୟ ଗତପଥ ବଳାଇଛି।
ଜଗଦଲପୁର-ବିଶାଖାପାଟଣା ରୁଟ୍ରେ ଟ୍ରେନ ଚଳାଚଳ ବନ୍ଦ
/sambad/media/post_attachments/wp-content/uploads/2017/10/jpr27a.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)