ହାଇକୋର୍ଟରେ ଶ୍ରୀଜଗନ୍ନାଥ ମନ୍ଦିର ମାମଲା: ନାଟ ମଣ୍ତପ ମରାମତି ପ୍ରସଙ୍ଗରେ ଏଏସ୍‌ଆଇ ଦେବ ସତ୍ୟପାଠ

ଜାନୁଆରି ୨୧ରେ ପରବର୍ତ୍ତୀ ଶୁଣାଣି

କଟକ: ନାଟ ମଣ୍ତପର ସ˚ରକ୍ଷଣ ତଥା ମରାମତି ପ୍ରସ˚ଗରେ ସତ୍ୟପାଠ ଦାଖଲ ପାଇଁ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସ˚ସ୍ଥା (ଏଏସ୍‌ଆଇ)କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ନାଟମଣ୍ଡପ ମରାମତିର ଅଗ୍ରଗତି ସହିତ ଶ୍ରୀମନ୍ଦିର ପରିସରରେ ଥିବା ଅନ୍ୟ ଦେବାଦେବୀଙ୍କ ମନ୍ଦିରର ମରାମତି ପ୍ରସଂଗରେ ଏଏସଆଇ ପରବର୍ତ୍ତୀ ଶୁଣାଣି ସମୟରେ ସତ୍ୟପାଠ ମାଧ୍ୟମରେ ବିସ୍ତୃତ ବିବରଣୀ ଦାଖଲ କରିବ। ମରାମତିର ସାନି ସ୍ଥିତି ସହିତ ‌େଯାଜନା ସଂପର୍କରେ ତଥ୍ୟ ଉପସ୍ଥାପନ କରିବ। ମାମଲାର ପରବର୍ତ୍ତୀ ଶୁଣାଣି ୨୦୧୯, ଜାନୁଆରି ୨୧ରେ କରାଯିବା ପାଇଁ ଧାର୍ଯ୍ୟ କରାଯାଇଛି। ଆଜି ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ୍‌.ଜାଭେରୀ ଓ ଜଷ୍ଟିସ କେ.ଆର୍.ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ତପୀଠ ଶ୍ରୀଜଗନ୍ନାଥ ମନ୍ଦିର ସ˚ପର୍କିତ ଜନସ୍ବାର୍ଥ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀ ଅଭିଷେକ ଦାସଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଡକ୍ଟର ଅଶୋକ କୁମାର ମହାପାତ୍ର, ସୂର୍ଯ୍ୟ ପ୍ରକାଶ ଆର୍ତ୍ତ ବିଦ୍ୟାଧର ମଙ୍ଗରାଜ, ତ୍ରିଲୋଚନ ଦାଶ, ସରକାରଙ୍କ ତରଫରୁ ଆଡଭୋକେଟ ଜେନେରାଲ ସୂର୍ଯ୍ୟ ପ୍ରସାଦ ମିଶ୍ର, ଜିଏ ରମାକାନ୍ତ ମହାପାତ୍ର, ଏଏସଆଇ ପକ୍ଷରୁ ସିଜିସି ଚନ୍ଦ୍ରକାନ୍ତ ପ୍ରଧାନ ମାମଲା ପରିଚାଳନା କରୁଛନ୍ତି।

ଆଜି ମାମଲାର ଶୁଣାଣି ସମୟରେ ଏଏସଆଇ ପକ୍ଷରୁ ଦର୍ଶାଯାଇଥିଲା ଯେ ନାଟ ମଣ୍ଡପର ଦୁର୍ବଳ ହୋଇ ପଡିଥିବା ବିମ୍‌ର ମରାମତି କରାଯାଇଛି। ଲଗାଯାଇଥିବା ମନିଟରି˚ ସିଷ୍ଟମ ଦ୍ବାରା ମାଡ୍ରାସ ଆଇଆଇଟିର ବିଶେଷଜ୍ଞ ଅନ୍‌ଲାଇନ୍‌ରେ ନାଟ ମଣ୍ଡପର ସ୍ଥିତି ତଦାରଖ କରୁଛି। ଶ୍ରୀମନ୍ଦିର ପରିସରରେ ଥିବା ଅନ୍ୟ ଦେବାଦେବୀଙ୍କ ମନ୍ଦିର ମଧ୍ୟରୁ ମରାମତି ପାଇଁ ଚିହ୍ନଟ କରାଯାଇଥିବା ୧୩ଟି ଭିତରୁ ୬ଟି ମନ୍ଦିରର ମରାମତି କାର୍ଯ୍ୟ ଶେଷ ହୋଇଛି। ୪ଟି ମନ୍ଦିରର ମରାମତି କାର୍ଯ୍ୟ ଚାଲିଛି। ଅବଶିଷ୍ଟର ମରାମତି କାର୍ଯ୍ୟ ୨୦୧୯, ମାର୍ଚ୍ଚ ସୁଦ୍ଧା ଶେଷ କରିବା ପାଇଁ ଯୋଜନା ରହିଛି ବୋଲି ଏଏସଆଇ ପକ୍ଷରୁ ଦର୍ଶାଯାଇଥିଲା। ଖଣ୍ଡପୀଠ ମାମଲାର ଶୁଣାଣି କରି ନାଟ ମଣ୍ଡପ ସହିତ ପରିସରରେ ଥିବା ଅନ୍ୟ ଛୋଟ ବଡ ମନ୍ଦିରର ମରାମତି ପାଇଁ ଗ୍ରହଣ ଗ୍ରହଣ କରାଯାଇଥିବା ପଦକ୍ଷେପ ସ˚ପର୍କରେ ସତ୍ୟପାଠ ଦାଖଲ ପାଇଁ ଏଏସଆଇକୁ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର