ଭୁବନେଶ୍ବର : ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ରଥଯାତ୍ରା ଦେଖିବାକୁ ଚଳିତ ବର୍ଷ ବି ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି) ପକ୍ଷରୁ ଅନୁରୂପ ବ୍ୟବସ୍ଥା ହୋଇଛି। ମାତ୍ର ଚଳିତ ବର୍ଷ ଜଗନ୍ନାଥ ବଲ୍ଲଭ ମଠ ଉପରୁ ରଥଯାତ୍ରା ଦେଖିବାର ସୁଯୋଗ ମିଳିବନି। ଗତ ବାତ୍ୟା ‘ଫନି’ରେ ମଠ କ୍ଷତିଗ୍ରସ୍ତ ହୋଇଥିବାରୁ ଏଥର ଏହା ଉପରେ ରଥଯାତ୍ରା ଦର୍ଶନ ଉପରେ ରୋକ୍ ଲଗାଯାଇଛି। କେବଳ ରାଜା ନହର ତଥା ଗ୍ରାଣ୍ଡ୍ ସେଣ୍ଟ୍ରାଲ୍ ଉପରେ ହିଁ ରଥଯାତ୍ରା ଦେଖିବାର ସୁଯୋଗ ଦେବ ଓଟିଡିସି। ଓଡ଼ିଟିଡିସି ପକ୍ଷରୁ ଭୁବନେଶ୍ବର, କଟକ ଓ ସମ୍ବଲପୁରରୁ ପର୍ଯ୍ୟଟକଙ୍କ ପାଇଁ ରଥଯାତ୍ରା ଦେଖିବାକୁ ଓଟିଡିସି ପକ୍ଷରୁ ପ୍ୟାକେଜ୍ କରାଯାଇଛି। ଭୁବନେଶ୍ବରରୁ ଏହି ପ୍ୟାକେଜ୍ର ମୂଲ୍ୟ ୪୩୩୦ ଟଙ୍କା ରହିଛି। ରଥଯାତ୍ରା ଦିନ ଜୁଲାଇ ୪ ତାରିଖରେ ଓଟିଡିସିର ସ୍ବତନ୍ତ୍ର ବସ୍ ସକାଳ ୬ଟାରେ ଭୁବନେଶ୍ବର ପାନ୍ଥ ନିବାସରୁ ବାହାରିବ। ଏଥିପାଇଁ ଯାତ୍ରୀମାନେ ସେଇଦିନ ଭୋର୍ ସାଢ଼େ ୫ଟାରେ ପାନ୍ଥନିବାସରେ ରିପୋର୍ଟିଙ୍ଗ୍ କରିବେ। ସମ୍ବଲପୁରରୁ ପୁରୀ ରଥଯାତ୍ରା ପ୍ୟାକେଜ୍ ଦର ମୁଣ୍ଡପିଛା ୫୫୬୦ ଟଙ୍କା ରହିଛି। ସମ୍ବଲପୁର ପାନ୍ଥ ନିବାସରେ ଯାତ୍ରୀମାନେ ରାତି ୮ଟାରେ ରିପୋର୍ଟିଙ୍ଗ୍ କରିବା ପରେ ରାତାରାତି ଭୁବନେଶ୍ବର ପାନ୍ଥ ନିବାସ ଅଭିମୁଖେ ବାହାରିବେ। ସେଠାରୁ ଘୋଷଯାତ୍ରା ଅଭିମୁଖେ ସକାଳୁ ବାହାରିବେ। ଗାଡ଼ିରେ ଶୀତତାପ ନିୟନ୍ତ୍ରିତ ବ୍ୟବସ୍ଥା ସହ ସକାଳ ଜଳପାନ, ମଧ୍ୟାହ୍ନ ଭୋଜନ, ପାନୀୟ ଜଳ ଯୋଗାଇ ଦିଆଯିବ। ପର୍ଯ୍ୟଟକମାନେ ଅନ୍ଲାଇନ୍ ବୁକିଙ୍ଗ୍ ସହ ଟୁର୍ ବିବରଣୀ ସମ୍ପର୍କରେ ଜାଣିବା ପାଇଁ ପାନ୍ଥ ନିବାସର ୱେବ୍ସାଇଟ୍କୁ ଯାଇ ଜାଣିପାରିବେ।
ଜଗନ୍ନାଥ ବଲ୍ଲଭ ଉପରୁ ଏଥର ରଥଯାତ୍ରା ଦର୍ଶନ ବନ୍ଦ
/sambad/media/post_attachments/wp-content/uploads/2019/06/jagannath-ballav.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)