ଅନୁଭବେ ଜଗନ୍ନାଥ ପ୍ରତିଯୋଗିତାରେ ୫୦ ହଜାର ଟଙ୍କାର ପୁରସ୍କାର

ଭୁବନେଶ୍ବର : ପବିତ୍ର ରଥଯାତ୍ରା ଅବସରରେ ଭାରତର ପ୍ରଥମ ସର୍ଟ ଅଡିଓ ଆପ୍ ‘ଶୁନୋ ଶୁନାଓ’ ଓ ରେଡିଓ ଚକ୍‌ଲେଟ୍‌ର ସହଯୋଗିତାରେ ଆରମ୍ଭ ହୋଇଛି ‘ଅନୁଭବେ ଜଗନ୍ନାଥ’ ପ୍ରତିଯୋଗିତା। ପ୍ରଭୁ ଜଗନ୍ନାଥଙ୍କୁ ନେଇ ଅନୁଭୂତି କଥା, କାହାଣୀ, ଘଟଣା କିମ୍ବା ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଭଜନଟିଏ ଗାଇ ଗୋଟିଏ ମିନିଟ୍‌ର ଅଡିଓ ରେକର୍ଡ କରି ଅପଲୋଡ୍ କରିବାକୁ ହେବ। ଅଡିଓର ବିଷୟବସ୍ତୁ ଏବଂ ଅଡିଓକୁ ମିଳିଥିବା ଲାଇକ୍ସ୍ ଅନୁସାରେ ଚୟନ କରାଯିବ। ଏହି ପ୍ରତିଯୋଗିତାର ଶେଷ ତାରିଖ ଚଳିତ ମାସ ୧୫ ତାରିଖ ରହିଛି।

‘ଶୁନୋ ଶୁନାଓ’ ଆପ୍ ଏକ ଏପରି ଆପ୍ ଯେଉଁଥିରେ ଆପଣ ଅଡିଓ ମାଧ୍ୟମରେ ଆପଣଙ୍କର ଟ୍ୟାଲେଣ୍ଟ ଦେଖେଇ ପାରିବେ। ସଂଳାପ, ମିମିକ୍ରି, ଗୀତ, କବିତା, କାହାଣୀ କିଛିବି ହେଉ ଗୋଟିଏ ମିନିଟ୍ ଭିତରେ ନିଜ କଣ୍ଠରେ ରେକର୍ଡ କରି ଅପଲୋଡ୍ କରି ପାରିବେ। ଏହି ‘ଶୁନୋ ଶୁନାଓ’ ଆପ୍‌କୁ ଆପଣ ଗୁଗୁଲ୍‌ ପ୍ଲେ ଷ୍ଟୋର୍ ଏବଂ ଆଇଓଏସ୍‌ରୁ ଡାଉନ୍‌ଲୋଡ କରିପାରିବେ। ଆଉ ବିଳମ୍ବ ନକରି ଅନୁଭବେ ଜଗନ୍ନାଥ ପ୍ରତିଯୋଗିତାରେ ଭାଗ ନିଅନ୍ତୁ ଏବଂ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ନଗଦ ଅର୍ଥ ପୁରସ୍କାର ଜିତନ୍ତୁ। ଏ ସମ୍ପର୍କରେ ଅଧିକ ତଥ୍ୟ ଜାଣିବା ପାଇଁ ରେଡିଓ ଚକ୍‌ଲେଟ୍ ୧୦୪ ଏଫ୍‌ଏମ୍ ଶୁଣୁଥାନ୍ତୁ।

ସମ୍ବନ୍ଧିତ ଖବର