ଭଦ୍ରକ: ଜିଲ୍ଲା ମହୋତ୍ସବ ‘ଭଦ୍ରାୟଣୀ’ ୫ ଦିନ ଧରି ଭଦ୍ରକର ନେହେରୁ ଷ୍ଟାଡିୟମଠାରେ ବେଶ୍ ଧୁମ୍ଧାମରେ ପାଳନ କରାଗଲା। ନାଚଗୀତ ଓ ସାସ୍କୃତିକ କାର୍ଯ୍ୟକ୍ରମରେ ଦୁଲୁକିଲା ମଞ୍ଚ। ଭଦ୍ରାୟଣୀ ଉତ୍ସବ ଆରମ୍ଭରେ ମଞ୍ଚରେ ଆମ ଓଡ଼ିଆଙ୍କର ଆରାଧ୍ୟ ଦେବତା ପ୍ରଭୁ ଜଗନ୍ନାଥଙ୍କର ମୂର୍ତ୍ତିକୁ ରଖା ଯାଇ ଧୂପଦୀପ, ଫୁଲ ଦେଇ ପୂଜା ଅର୍ଚ୍ଚନା କରାଗଲା। ଜଗତରନାଥ ପ୍ରଭୁ ଜଗନ୍ନାଥଙ୍କୁ ସ୍ମରଣ କରି ଉଦ୍ଘାଟନ କରାଗଲା ଉତ୍ସବ।
ଉତ୍ସବ ଶେଷ ହେଲା। ମାତ୍ର ଉତ୍ସବର ଆୟୋଜକମାନେ ଟେଣ୍ଟ ଉଠାଇ ଚାଲିଗଲା ବେଳେ ଯେଉଁ ଠାକୁରଙ୍କର ମୂର୍ତ୍ତିକୁ ମଣ୍ଡପରେ ରଖି ପୂଜା କରିଥିଲେ। ସେହି ଜଗନ୍ନାଥଙ୍କର ମୂର୍ତ୍ତିକୁ ଭଦ୍ରକର ନେହେରୁ ଷ୍ଟାଡିୟମର ପଡ଼ିଆ ମଝିରେ ଛାଡି ଦେଇ ଚାଲିଗଲେ। ପ୍ରଭୁ ଜଗନ୍ନାଥଙ୍କ ମୂର୍ତ୍ତି ଏଇ ଉତ୍ସବ ଆରମ୍ଭ ବେଳେ କିଏ ଆଣିଥିଲେ। ସବୁ ଜିନିଷ ଯିବା ବେଳେ ଆୟେଜକମାନେ କ’ଣ ଠାକୁରଙ୍କୁ ନିଜ ପୂଜା ସ୍ଥାନକୁ ନେବା ପାଇଁ ଭୁଲି ଗଲେ।
ଆମ ଆରାଧ୍ୟ ଦେବତାଙ୍କୁ ଏଭଳି ପଡ଼ିଆ ମଝିରେ ଛାଡ଼ି ଚାଲିଯିବା ଘଟଣାକୁ ନେଇ ଭଦ୍ରକର ବୁଦ୍ଧିଜୀବୀ, ସାଧାରଣ ଜନତା, ଏପରିକି ଆଧ୍ୟାତ୍ମିକବାଦୀ ଲୋକମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଜଗନ୍ନାଥଙ୍କୁ ଏଭଳି ଅବମାନନା କରିବା ଘଟଣାକୁ ନେଇ ସାରା ଜିଲ୍ଲାରେ ପ୍ରତିବାଦର ସ୍ବର ଉଠିଛି। ସବୁଠି ପ୍ରତିକ୍ରିୟା ପ୍ରକାଶ ପାଇଛି। ଜଗନ୍ନାଥଙ୍କର ଏଇ ମୂର୍ତ୍ତି ଫଟୋ ଆଜି ସାମାଜିକ ଗଣମାଧ୍ୟମରେ ଦିନ ତମାମ ଭାଇରାଲ ହେଉଛି। ଏଇ ଘଟଣାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏଇ ଘଟଣା ସଂପର୍କରେ ଭଦ୍ରକ ଜିଲ୍ଲାପାଳ ସିଦ୍ଧେଶ୍ବର ବଳିରାମ ବନ୍ଦୋର ନିଜର ପ୍ରତିକ୍ରିୟା କିଛି ରଖି ନାହାନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/02/IMG_20240201_200021.jpg)