ରାୟଗଡ଼ା: ବଦଳୁଛି ବିଷମକଟକ ବିଧାନସଭା ନିର୍ବାଚନ ମଣ୍ଡଳୀ ରାଜନୈତିକ ପାଣିପାଗ। ଆଗାମୀ ନିର୍ବାଚନ ପାଇଁ ଦୁଇଜଣ ଜଗନ୍ନାଥଙ୍କୁ ନେଇ ବିଜେଡିରେ ଦ୍ବନ୍ଦ୍ବ ବଢ଼ିଛି। ଏହି ଦୁଇଜଣ ହେଲେ ରାଜ୍ୟ ଅନୁସୂଚିତ ଜନଜାତି, ଜାତି, ପଛୁଆ ବର୍ଗ ଓ ସଂଖ୍ୟାଲଘୁ ଉନ୍ନୟନ ବିଭାଗ ତଥା ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ଏବଂ ପୂର୍ବତନ ଏସ୍ଡି ଅଧ୍ୟକ୍ଷ ତଥା କେସିସି ବ୍ୟାଙ୍କ ନିର୍ଦ୍ଦେଶକ ଜଗନ୍ନାଥ ନୁଣ୍ଡରୁକା।
ମନ୍ତ୍ରୀ ଜଗନ୍ନାଥ ସାରକା କ୍ରମାଗତ ଭାବେ ଏହି ନିର୍ବାଚନମଣ୍ଡଳୀରୁ ଜିତି ଆସୁଛନ୍ତି। ବିଜେଡି ପାଇଁ ଜଗନ୍ନାଥଙ୍କ ନାମ ଶୁଭ ହୋଇଥିବାରୁ ଦଳର ମୁଖିଆ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ନିର୍ବାଚନର ଟିକଟ୍ ତାଲିକା ପ୍ରକାଶ ଓ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ସମୟରେ ସାରକାଙ୍କ ନାମ ଆଗରେ ରଖିଥିଲେ। ତେବେ ଗତ ଦିନରେ ଜଣେ ମାଫିଆ ଓ ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କ ସହ ସାରକାଙ୍କ ସମ୍ପର୍କକୁ ନେଇ ରାଜ୍ୟ ରାଜନୀତିରେ ତମ୍ବିତୋଫାନ ହୋଇଥିଲା। ଏହା ସତ୍ତ୍ବେ ଆଗାମୀ ନିର୍ବାଚନରେ ଟିକଟ୍ ପାଇବା ନେଇ ସାରକା ଆଶାବାଦୀ ଅଛନ୍ତି।
ଅନ୍ୟପକ୍ଷରେ, ଜଗନ୍ନାଥ ନୁଣ୍ଡରୁକା ଅନ୍ୟତମ ଆଶାୟୀ ଭାବେ ଟିକେଟ୍ ଦୌଡ଼ରେ ସାମିଲ ହୋଇଛନ୍ତି। ବିଜେଡିର ଗୋଟିଏ ପ୍ରଭାବଶାଳୀ ଗୋଷ୍ଠୀ ନୁଣ୍ଡରୁକାଙ୍କ ସପକ୍ଷରେ ଠିଆ ହୋଇଛି। ଏମିତିେର ବି ତାଙ୍କ ପତ୍ନୀ ଦୁଃଖିନୀ ନୁଣ୍ଡରୁକା ବର୍ତ୍ତମାନ ମୁନିଗୁଡ଼ା ପଞ୍ଚାୟତ ସମିତି ଅଧ୍ୟକ୍ଷା ଅଛନ୍ତି। ନିର୍ବାଚନ ମଣ୍ଡଳୀରେ ନୁଣ୍ଡରୁକା ଦମ୍ପତିଙ୍କର ଭଲ ସଂଗଠନ ରହିଛି। ରାଜନୈତିକ ମହଲର କହିବା କଥା, ଦୁଇ ଜଗନ୍ନାଥଙ୍କୁ େନଇ ବିଜେଡି ନେତୃତ୍ବର ଚିନ୍ତା ବଢ଼ିବା ସ୍ବାଭାବିକ। ଯାହାର ଟିକଟ୍ କାଟିଲେ ବି ଅନ୍ୟଜଣଙ୍କ ପାଇଁ ସେ କଣ୍ଟା ହେବା ସମ୍ଭାବନାକୁ ଏଡ଼ାଇ ଦେଇ ହେବନାହିଁ। ଆଉ ଯଦି ବିଦ୍ରୋହୀ ପ୍ରାର୍ଥୀ ଭାବେ ଉଭା ହେଲେ, ତେବେ ସଙ୍କଟ ବଢ଼ିପାରେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/02/fhfhfhfhttt.jpg)