ଆଣ୍ଡାମାନରେ ହେବନି ରଥଯାତ୍ରା, ଛେରାପହଁରା ପାଇଁ ଗଲେନି ଓଡ଼ିଆ ମଠ ମହନ୍ତ

ଭୁବନେଶ୍ବର : ଆଣ୍ଡାମାନ ନିକୋବରର ପୋର୍ଟ ବ୍ଲେୟାରରେ ପ୍ରତିବର୍ଷ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ଏଥର ଏହା ବନ୍ଦ ରଖାଯାଇଛି। କରୋନା କଟକଣା ପାଇଁ ରଥଯାତ୍ରା ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି। ବିଶେଷତ୍ତ୍ବ ହେଉଛି, ନିମପଡ଼ା ଠାକୁର ପାଟଣା ମଠର ମହନ୍ତ ତଥା ପୁରୁଣା ଭୁବନେଶ୍ୱରର ଅଧିବାସୀ ଓ ଆଣ୍ଡାମାନ ଏକ୍ସପ୍ରେସ୍‌ର ମୁଖ୍ୟ ପରିଚାଳକ ଗଦାଧର ଦାସ ଗୋସ୍ୱାମୀ ଛେରାପହଁରା କରନ୍ତି। ତେବେ ଏଥର ସେ ‌କରୋନା କଟକଣା ଅନୁସରଣ ପୂର୍ବକ ସେଠାକୁ ଯିବେ ନାହିଁ। ଆଣ୍ଡାମାନ ‘ଉତ୍କଳ ସମାଜ’ ପକ୍ଷରୁ ଓଡ଼ିଆଙ୍କ ଦ୍ୱାରା ପ୍ରତିବର୍ଷ ସେଠାରେ ରଥଯାତ୍ରା ଓ ବାହୁଡ଼ା ଯାତ୍ରା ହୁଏ। ମନ୍ଦିରରୁ ବାହାରି ସହର ପରିକ୍ରମା କରି ରାଜସ୍ଥାନ ମନ୍ଦିର ନିକଟ ଜଗନ୍ନାଥ ମନ୍ଦିରକୁ ଫେରିଥାନ୍ତି। ତେବେ ଚଳିତ ବର୍ଷ କେବଳ ବିଧି ଅନୁଯାୟୀ ମନ୍ଦିର ପରିସରରେ ପୂଜା କରାଯିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର