ଭୁବନେଶ୍ବର : ପୁରୀ ଶ୍ରୀମନ୍ଦିର ନିକଟରେ ଚାଲୁଥିବା ମେଗା ପ୍ରକଳ୍ପ ଶ୍ରୀମନ୍ଦିର ପରିକ୍ରମା ନିର୍ମାଣକୁ ବେଆଇନ୍ ଦର୍ଶାଇ ଶ୍ରୀଜଗନ୍ନାଥ ସେନା ସିବିଆଇର ଦ୍ବାରସ୍ଥ ହୋଇଛି। ଏହି ପ୍ରକଳ୍ପ ପାଇଁ କୌଣସି ବୈଧ ଏନଓସି ନଥିବା ବେଳେ ଆମସାର୍ ଆକ୍ଟ ଉଲ୍ଲଂଘନ କରି ରାଜ୍ୟ ସରକାର କାର୍ଯ୍ୟ କରୁଥିବା ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ଅଭିଯୋଗରେ ଉଲ୍ଲେଖ କରିଛନ୍ତି। ଏପରିକି ଜିଲ୍ଲାପାଳ ଓ ଅନ୍ୟମାନେ ନକଲି ଏନ୍ଓସି ଜନସାଧାରଣରେ ଉପସ୍ଥାପନ କରି କାମ କରୁଥିବା ସେ କହିଛନ୍ତି। ସୂଚନା ଅଧିକାର ଆଇନ ବଳରେ ସ୍ପଷ୍ଟ ଜଣାପଡ଼ିଛି, ଏହି ପ୍ରକଳ୍ପ ପାଇଁ ଏନଏମ୍ଏ ଏନ୍ଓସି ପ୍ରଦାନ କରିଛି। ମାତ୍ର ଏନ୍ଓସି ପ୍ରଦାନ କରିବା ପାଇଁ ଏନଏମଏ ଅଧୀକୃତ ସଂସ୍ଥା ନୁହେଁ। କେବଳ ଏଏସ୍ଆଇ ଅନୁମତିରେ ହିଁ କାର୍ଯ୍ୟ ହୋଇପାରିବ। ତେଣୁ ଏହି ନକଲି ଏନଓସି ଦେଖାଇ କରାଯାଉଥିବା ବେଆଇନ୍ କାର୍ଯ୍ୟରେ ଲଗାମ ଲଗାଇ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରି ଗିରଫ କରିବାକୁ ଶ୍ରୀ ପଟ୍ଟନାୟକ ଦାବି କରିଛନ୍ତି।
ପୁରୀ ଜିଲ୍ଲାପାଳ ଓ ଏଏସ୍ଆଇ କର୍ତ୍ତୃପକ୍ଷଙ୍କ ବିରୋଧରେ ସିବିଆଇରେ ଅଭିଯୋଗ କଲା ଜଗନ୍ନାଥ ସେନା
/sambad/media/post_attachments/wp-content/uploads/2022/05/m6-3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)