ପୁରୀ : ଶ୍ରୀମନ୍ଦିର ହୁଣ୍ଡିରୁ ବାରମ୍ବାର ଟଙ୍କା ଚୋରି ଅଭିଯୋଗକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ଉଦ୍ବେଗ ପ୍ରକାଶ କରିଛି। ଏଣୁ ଏହି ଅଭିଯୋଗ କିଭଳି ଆଉ ଆସିବ ନାହିଁ ସେଥିପାଇଁ ସତର୍କତା ଅବଲମ୍ବନ କରାଯାଇଛି। ଗଣତିସ୍ଥଳରେ ୬ଟି ଅତିରିକ୍ତ କ୍ୟାମେରା ଲାଗିଥିବା ବେଳେ ଏକ ୩୨ ଇଞ୍ଚ ବିଶିଷ୍ଟ ଏଲ୍ସିଡ଼ି ସ୍କ୍ରିନ୍ରେ ଏହି ଗଣତି କାର୍ଯ୍ୟର ଜୀବନ୍ତ ଦୃଶ୍ୟ ପ୍ରଦର୍ଶିତ ହେଉଛି। ଏହାକୁ ସମସ୍ତ ଭକ୍ତ ମଧ୍ୟ ଦେଖିପାରିବେ। ଯେଉଁଠି ସନ୍ଦେହ ହେବ ତାହା ତୁରନ୍ତ ତଦନ୍ତ କରାଯାଇ ପାରିବ ବୋଲି ଯୋଜନା କରାଯାଇଛି।
ଲାଗିଲା ୬ କ୍ୟାମେରା, ଭକ୍ତ ଦେଖିବେ ହୁଣ୍ଡି ଟଙ୍କା ଗଣତିର ଚିତ୍ର
/sambad/media/post_attachments/wp-content/uploads/2018/01/jaga-4.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)