କଟକ : ଶ୍ରୀଜଗନ୍ନାଥ ମନ୍ଦିର ନାଟ ମଣ୍ତପର ସ˚ରକ୍ଷଣ ତଥା ମରାମତି ପ୍ରସ˚ଗରେ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସ˚ସ୍ଥା (ଏଏସ୍ଆଇ) ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛି। ଏଏସଆଇ ପକ୍ଷରୁ ଦର୍ଶାଯାଇଛି ଯେ ନାଟ ମଣ୍ଡପ ଢାଞ୍ଚାର ଅନୁଧ୍ୟାନ ପାଇଁ ମାଡ୍ରାସ ଆଇଆଇଟି ପରାମର୍ଶରେ ମନିଟରିଂ ସିଷ୍ଟମ୍ ଲଗାଯାଇଛି। ସେନସର ଥିବା ତିନୋଟି କ୍ରାକ୍ ମିଟର ଓ ଗୋଟିଏ ଟିଲ୍ଟ ମିଟର ଲଗାଯାଇ ନାଟ ମଣ୍ଡପର ସ୍ଥିତି ଅନୁଧ୍ୟାନ କରାଯାଉଛି। ଇଣ୍ଟରନେଟ ମାଧ୍ୟମରେ ମିଟର ଦ୍ବାରା ରେକର୍ଡ କରାଯାଉଥିବା ଡାଟାକୁ ମାଡ୍ରାସ ଆଇଆଇଟି ବିଶେଷଜ୍ଞମାନେ ଅନୁଧ୍ୟାନ କରୁଛନ୍ତି। ଏଥି ସହିତ ଏ ସଂପର୍କିତ ମିଟର ରିଡିଂ ତଥ୍ୟ ମଧ୍ୟ ଏଏସଆଇ ପକ୍ଷରୁ ଦାଖଲ କରାଯାଇଥିଲା। ଅନ୍ୟପକ୍ଷରେ ମନିଟରିଂ ସିଷ୍ଟମରେ ତ୍ରୁଟି ରହିଛି ବୋଲି କୋର୍ଟମିତ୍ର ଇଂଜିନୟର ଏନ.କେ.ମହାନ୍ତିଙ୍କ ପକ୍ଷରୁ ଦାଖଲ ଷ୍ଟାଟସ ରିପୋର୍ଟରେ ଉଲ୍ଲେଖ କରାଯାଇଥିଲା। ମିଟର ଠିକ୍ ଭାବେ ବସାଯାଇ ନାହିଁ ତେଣୁ ରିଡିଂ ଠିକ୍ ଭାବେ ଆସୁ ନାହିଁ। ଯେଉଁ ସ୍ଥାନରେ ମିଟର ବସାଯାଇଛି ତାହାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଥିଲା। ଏଏସଆଇ ସୁପରିଟେଣ୍ଡିଂ ଆର୍କିଓଲୋଜିଷ୍ଟ ଆଜି ସତ୍ୟପାଠରେ ଏ ସଂପର୍କରେ ପ୍ରଦାନ କରିଥିବା ତଥ୍ୟ ଉପରେ ଜବାବ ରଖିବା ପାଇଁ କୋର୍ଟ ମିତ୍ରଙ୍କୁ ଆଜି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପରବର୍ତ୍ତୀ ଶୁଣାଣି ପୂର୍ବରୁ କୋର୍ଟ ମିତ୍ର ଏହି ପ୍ରସଂଗରେ ସତ୍ୟପାଠ ଦାଖଲ କରିବେ। ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ୍.ଜାଭେରୀ ଓ ଜଷ୍ଟିସ କେ.ଆର୍.ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ତପୀଠ ଏ ସଂପର୍କିତ ଜନସ୍ବାର୍ଥ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୮ରେ କରାଯିବା ପାଇଁ ଧାର୍ଯ୍ୟ କରାଯାଇଛି। ଆବେଦନକାରୀ ଅଭିଷେକ ଦାସଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଡକ୍ଟର ଅଶୋକ କୁମାର ମହାପାତ୍ର, ସୂର୍ଯ୍ୟ ପ୍ରକାଶ ଆର୍ତ୍ତ ବିଦ୍ୟାଧର ମଙ୍ଗରାଜ, ତ୍ରିଲୋଚନ ଦାଶ, ସରକାରଙ୍କ ତରଫରୁ ଆଡଭୋକେଟ ଜେନେରାଲ ସୂର୍ଯ୍ୟ ପ୍ରସାଦ ମିଶ୍ର, ଜିଏ ରମାକାନ୍ତ ମହାପାତ୍ର, ଏଏସଆଇ ପକ୍ଷରୁ ସିଜିସି ଚନ୍ଦ୍ରକାନ୍ତ ପ୍ରଧାନ ମାମଲା ପରିଚାଳନା କରୁଛନ୍ତି।
ହାଇକୋର୍ଟରେ ଶ୍ରୀଜଗନ୍ନାଥ ମନ୍ଦିର ମାମଲା : ଏଏସ୍ଆଇ ତଥ୍ୟ ଉପରେ ଆପତ୍ତି
କୋର୍ଟମିତ୍ର ଦାଖଲ କରିବେ ସତ୍ୟପାଠ
/sambad/media/post_attachments/wp-content/uploads/2019/03/jaga-3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)