ଭୁବନେଶ୍ବର : ଗତ ୨୮ ତାରିଖ ପୁରୀ ଶ୍ରୀମନ୍ଦିର ନୀତି ବିଭ୍ରାଟ ବିବାଦ ଥମିବା ବଦଳରେ ବଢିଲାଣି। ଘଟଣା ଦିନ ଆଇନ ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପୁରୀ ବିଧାୟକଙ୍କ ପର୍ଯ୍ୟନ୍ତ ସମସ୍ତେ ହାତ ବାନ୍ଧି ବସିଲେ। ଏବେ କିନ୍ତୁ ନିଜ େଦାଷ ଝାଡ଼ିବା ଲାଗି ପ୍ରତିେଯାଗିତା ଆରମ୍ଭ େହାଇଛି। କେବଳ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ନୁହଁନ୍ତି, ଆଇନ ମନ୍ତ୍ରୀ ମଧ୍ୟ ଏହି ଦୌଡରେ ସାମିଲ େହାଇଛନ୍ତି। ସେପଟେ ଏହି ଘଟଣାରେ ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ର ଆଜି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି।
ଉଲ୍ଲେଖଯୋଗ୍ୟ, ମହାପ୍ରଭୁଙ୍କୁ ୧୪ ଘଣ୍ଟା ଧରି ଅପୂଜା ଓ ଉପବାସ ରଖିବା ଘଟଣାେର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୀଷଣ ବିରକ୍ତ େହାଇଛନ୍ତି। ଗତକାଲି ପୁରୀ ଜିଲ୍ଲାର େନତା ବିେଶଷକରି ପୁରୀ ବିଧାୟକ ତଥା ମନ୍ତ୍ରୀ ମହେଶ୍ବର ମହାନ୍ତିଙ୍କ ଉପରେ ନବୀନ ଅସନ୍ତୋଷ ଝାଡିଛନ୍ତି। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ମୁଖ୍ୟମନ୍ତ୍ରୀ ସିଧା ସିଧା କହିଥିଲେ, ଆପଣମାେନ ଯାହା େହାଇଛନ୍ତି, ଯେଉଁଠି ପହଞ୍ଚିଛନ୍ତି, ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରୁ ହିଁ ପହଞ୍ଚିଛନ୍ତି। ମହାପ୍ରଭୁ ଉପବାସରେ ରହିଲେ, ଆପଣମାନେ ବିବାଦ ତୁଟାଇପାରିଲେ ନାହିଁ? କେହି ଯଦି ନିଜସ୍ତରର ବିବାଦକୁ ଶ୍ରୀମନ୍ଦିରରେ େଦଖାଇବାକୁ ଚାହାନ୍ତି, ତେବେ ସରକାର ତାହାକୁ ବରଦାସ୍ତ କରିବେ ନାହିଁ। ଏଣୁ ଏଣିକି ଶ୍ରୀଜଗନ୍ନାଥ ମନ୍ଦିରରେ ସାମାନ୍ୟ ବିଭ୍ରାଟ େହଲେ, ଭୀଷଣ କାର୍ଯ୍ୟାନୁଷ୍ଠାନ ନିଆଯିବ େବାଲି ମୁଖ୍ୟମନ୍ତ୍ରୀ େରାକଠୋକ୍ ଶୁଣାଇଛନ୍ତି।
ସବୁଠାରୁ କୌତୂହଳର କଥା େହଉଛି, ଘଟଣା ଦିନ ପୁରୀ ଯିବାକୁ ଉଚିତ ମଣିନଥିବା କିମ୍ବା ଏ ସଂକ୍ରାନ୍ତରେ ବୈଠକ ଡାକି ଏ ଯାଏ ସ୍ଥିତି ସମୀକ୍ଷା କରିନଥିବା ଆଇନ ମନ୍ତ୍ରୀ ଆଜି ହଠାତ୍ ସକ୍ରିୟ େହାଇଯାଇଛନ୍ତି। ୨୮ ତାରିଖ ଘଟଣା ପାଇଁ ସେବାୟତମାନେ ଦାୟୀ ବୋଲି ଆଜି ଗଣମାଧ୍ୟମକୁ କହିଛନ୍ତି। ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି, ଶ୍ରୀଜିଉମାନଙ୍କ ସେବାପୂଜା ଓ ନୀତିକାନ୍ତି କରିବା ସେବାୟତମାନଙ୍କର ଦାୟିତ୍ବ । ଏଥିରେ ପ୍ରଶାସନର କିଛି ବି କରିବାର ନାହିଁ । ଶୁକ୍ରବାର ଯେଭଳି ନୀତି ବିଳମ୍ବ କରି ଠାକୁରଙ୍କୁ ଦୀର୍ଘ ଘଣ୍ଟା କାଳ ଅଖିଆ ଅପିଆ ପକାଇଲେ ତାହା ଦୁର୍ଭାଗ୍ୟଜନକ । ଏ ସବୁ ଘଟଣାକୁ ସରକାର ଗମ୍ଭୀରତା ସହ ଅନୁଧ୍ୟାନ କରୁଛନ୍ତି ବୋଲି କହିଛନ୍ତି ମନ୍ତ୍ରୀ ।
ପ୍ରଶ୍ନ ଉଠୁଛି, ଯଦି ସବୁକିଛି ସେବାୟତଙ୍କ ଦାୟିତ୍ବ, ଶ୍ରୀମନ୍ଦିର ପ୍ରଶାସନର କୌଣସି ଉତ୍ତରଦାୟିତ୍ବ ନାହିଁ, ତେବେ ରାଜ୍ୟ ସରକାର ମୁଖ୍ୟ ପ୍ରଶାସକ, ନୀତି ପ୍ରଶାସକ ଭଳି ପଦବି କାହିଁକି ସୃଷ୍ଟି କରିଛନ୍ତି? ଶ୍ରୀମନ୍ଦିର ରୀତିନୀତି ବିଭ୍ରାଟରେ ଯଦି ପ୍ରଶାସନର କିଛି ବି ଦାୟିତ୍ବ ନାହିଁ, ତେବେ ଏତେ ବଡ଼ ଅଫିସ, ପୁଳା ପୁଳା ଅଫିସର, େକାଟି େକାଟି ଟଙ୍କା କାହା ସ୍ବାର୍ଥରେ ବରବାଦ ହେଉଛି େବାଲି ଏବେ ସାଧାରଣରେ ପ୍ରଶ୍ନ ଉଠିଲାଣି।
ତେବେ ଆଜି ଏହି ଘଟଣାରେ ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ର ଭୀଷଣ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଶ୍ରୀ ମହାପାତ୍ର ଗଣମାଧ୍ୟମକୁ ସୂଚନା େଦବା େବଳେ ଶ୍ରୀମନ୍ଦିର ବ୍ୟବସ୍ଥା ସହିତ ସବୁ ଅଧିକାରୀ, ବ୍ୟକ୍ତିଙ୍କ ଆଡକୁ ଆଙ୍ଗୁଠି ଉଠାଇଛନ୍ତି। କହିଛନ୍ତି, ଗୋଟିଏ ଛୋଟିଆ ଘଟଣା ପାଇଁ ଏତେବଡ଼ କାଣ୍ଡ ଘଟିଲା। ପ୍ରଶାସନ ଚାହିଁଥିଲେ ବିବାଦର ସମାଧାନ କରିପାରିଥାନ୍ତା। କିନ୍ତୁ ଶ୍ରୀମନ୍ଦିର ବ୍ୟବସ୍ଥାକୁ ଶୃଙ୍ଖଳିତ କରିବାରେ ପ୍ରଶାସନର ଆନ୍ତରିକତା ଥିବାପରି ଲାଗୁନାହିଁ । ଘଟଣା ଦିନ ମୁଖ୍ୟ ପ୍ରଶାସନ ଗଲେନାହିଁ, କେନ୍ଦ୍ରାଞ୍ଚଳ ଆଇଜି ଗଲେନାହିଁ। ଆଇନ ମନ୍ତ୍ରୀ ବି ଛାଡିଦେଇ ବସିଗଲେ? ପୁରୀ ଜିଲ୍ଲା ପ୍ରଶାସନ ଉପରେ ଭରସା କରି ସମସ୍ତେ ହାତ ବାନ୍ଧି ବସିବେ?
ବିଜୟ ଆହୁରି କହିଛନ୍ତି, ଶ୍ରୀମନ୍ଦିର ପରିଚାଳନା କମିଟିର ଅଧ୍ୟକ୍ଷ ହେଉଛନ୍ତି ଗଜପତି ମହାରାଜ । ତାଙ୍କର ମଧ୍ୟ ଯଥେଷ୍ଟ ଦାୟିତ୍ବ ରହିଛି । ଖାଲି ଗଣମାଧ୍ୟମରେ ବିବୃତି ଦେଇ ଖସିଯିବା ଠିକ ହୋଇନି । ଶୁକ୍ରବାର ଯେପରି ଘଟିଲା ସେଥିରେ ଓଡ଼ିଶା ଓ ବିଶେଷକରି ଜଗନ୍ନାଥ ପ୍ରେମୀଙ୍କ ମନରେ ଗଭୀର ଆଘାତ ଲାଗିଛି। ଏପରି ଘଟଣା ଦେଶ ଓ ବିଦେଶରେ ପୁରୀ ଓ ଜଗନ୍ନାଥ ଧାମର ପ୍ରତିଛବିକୁ ମଳିନ କରିଛି । ପ୍ରତିବର୍ଷ ନୂଆବର୍ଷ ଆସିଲେ ଜଗନ୍ନାଥ ମନ୍ଦିରରେ ଭିଡ଼ ଜମେ । ସରକାର ଓ ପ୍ରଶାସନ ଆସନ୍ତା ଦୁଇ ଚାରିଦିନ ସତର୍କ ହୋଇ ମନ୍ଦିର ବ୍ୟବସ୍ଥାର ପରିଚାଳନା କରନ୍ତୁ । ଯେପରି ନୂଆବର୍ଷରେ ଭକ୍ତ ଖରାପ ଧାରଣା ନେଇ ନଯାନ୍ତୁ ସେଥିପାଇଁ ସରକାର ପଦକ୍ଷେପ ନେବା ଦରକାର ।
ଉଲ୍ଲେଖଯୋଗ୍ୟ, ପୂର୍ବରୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର ମଧ୍ୟ ଘଟଣା ପାଇଁ କେବଳ େସବାୟତଙ୍କୁ େଦାଷୀ େବାଲି କହିଥିଲେ।