ଭୁଲିଗଲେ ମୂଳ ପ୍ରସଙ୍ଗ : ବନ୍ଦ ହେଲାନି ଦାନ ଦକ୍ଷିଣା ଆଦାୟ

ଶ୍ରାଦ୍ଧ, ପରମ୍ପରା, ଦର୍ଶନ ସବୁ ପ୍ରଭାବିତ, ଅଧିକାରୀଙ୍କ କଥାରେ ତାଳମେଳ ନାହିଁ

ଭୁବନେଶ୍ୱର : ରବିବାର ଶ୍ରୀମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ଲୋକସଂପର୍କ ଅଧିକାରୀ ଲକ୍ଷ୍ମୀଧର ପଣ୍ଡା ଏକ ପ୍ରେସ ଇସ୍ତାହାର ଜାରି କଲେ ଯେ ଅେକ୍ଟାବର ପହିଲାରୁ ପରୀକ୍ଷାମୂଳକ ଭାବେ ଧାଡି ଦର୍ଶନ ବ୍ୟବସ୍ଥା ଆରମ୍ଭ ହେବ। ପ୍ରତିଦିନ କରାନଯାଇ ସପ୍ତାହରେ ଥରେ ଏହା କରାଯିବ।

୨୪ ଘଣ୍ଟା ପୂରିନି, ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର ଭିନ୍ନ ଆଭିମୁଖ୍ୟ ଗ୍ରହଣ କଲେ। କହିଲେ ଯେ ପ୍ରଶାସନ ସପ୍ତାହରେ ଥରେ ନୁହେଁ, ବରଂ ଏକାଧିକ ଥର ଧାଡି ଦର୍ଶନ ବ୍ୟବସ୍ଥା କରିେବ। ମୁଖ୍ୟ ପ୍ରଶାସକଙ୍କ ନିେର୍ଦଶ କ୍ରମେ ବାଲି ଉେଲ୍ଲଖ ରହି ଶ୍ରୀମନ୍ଦିର ଆନନ୍ଦ ବଜାରରେ ଏକ ତାଲିକା ମରାଗଲା। ଅନ୍ନ ମହାପ୍ରସାଦ, ଡାଲି, ତରକାରୀର ନିର୍ଧାରିତ ଦର ତାଲିକା ଲାଗିଲା। ଖବରକାଗଜରେ ଏହା ପ୍ରକାଶ ପାଇଲା। ପରେ ମୁଖ୍ୟ ପ୍ରଶାସକ ଶ୍ରୀ ମହାପାତ୍ର କହିେଲ ଯେ ଏହା ତାଙ୍କ ନିେର୍ଦଶରେ ଲଗାଯାଇ ନାହିଁ। ଆନନ୍ଦବଜାରରେ ଲାଗିଥିବା ଅବଢା ଦର ତାଲିକାକୁ ପ୍ରଶାସନ ଅନୁମତି ଦେଇନାହିଁ।

ହାତ ଗଣତି କେଇ ଦିନ ବ୍ୟବଧାନରେ ଦୁଇ ଦୁଇଟି ଘଟଣା ସୂଚାଇ ଦେଇଛି େଯ ଶ୍ରୀମନ୍ଦିର ପ୍ରଶାସନରେ ସର୍ବନିମ୍ନ ସମନ୍ୱୟ ନାହିଁ। କେଉଁ ପରିସ୍ଥିତିେର, କାହା ଇଙ୍ଗିତରେ ଶ୍ରୀମନ୍ଦିର ପ୍ରଶାସନ ଇସ୍ତାହାର ଜାରି କଲା ଓ ମୁଖ୍ୟ ପ୍ରଶାସକ ଜାଣିପାରିଲେନି େକମିତି? ଶ୍ରୀମନ୍ଦିରରେ ଅବଢା ଦର ତାଲିକା ଲାଗିଲା। ଗଣମାଧ୍ୟମରେ ଖବର ପ୍ରକାଶ ପାଇଲା। ପ୍ରଶାସନ ସ୍ପଷ୍ଟୀକରଣ ଦେଲାନି। ଯଦି ବେଆଇନ ଭାବେ କିଏ ଲଗାଇଥିଲା, ପ୍ରଶାସନ କାର୍ଯ୍ୟାନୁଷ୍ଠାନ ନେଇଛି କି?

ଏମିତି ଅେନକ ପ୍ରଶ୍ନ ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ହେଲାଣି। କେବଳ ସେତିକି ନୁେହଁ, ଶ୍ରୀମନ୍ଦିର ସଂସ୍କାର କାର୍ଯ୍ୟକ୍ରମ ଠାରୁ ଆରମ୍ଭ କରି ନବକଳେବର ତଦନ୍ତ ରିେପାର୍ଟ ଗୁପ୍ତ ରଖାଯିବା ନିଷ୍ପତ୍ତି ପର୍ଯ୍ୟନ୍ତ ଅେନକ ପ୍ରସଙ୍ଗ ଶ୍ରୀମନ୍ଦିର ପ୍ରଶାସନକୁ ପୁଣି ଥରେ ବିବାଦ ଭିତରକୁ ଟାଣିଲାଣି।

ଉେଲ୍ଲଖଯୋଗ୍ୟ, ଶ୍ରୀମନ୍ଦିରରେ ଦାନ ଦକ୍ଷିଣାକୁ ନେଇ ମୂଳତଃ ବିବାଦ ମୁଣ୍ଡ ଟେକିଥିଲା। ଭକ୍ତଙ୍କୁ ଶୋଷଣ ବିରୋଧରେ ସାଧାରଣରେ ଉଠିଥିବା ସ୍ୱର ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଯାଇଥିଲା। ସର୍ବୋଚ୍ଚ ନ୍ୟାୟାଳୟ ଦାନ ଦକ୍ଷିଣା ଉପରେ ନିେଷଧାେଦଶ ଜାରି କରିଛନ୍ତି। କେବଳ ସେତିକି ନୁହେଁ, ଆହୁରି ୧୧ଟି ପରାମର୍ଶ ଉପରେ ମଧ୍ୟ ପଦକ୍ଷେପ ନେବାକୁ ଶ୍ରୀମନ୍ଦିର ପ୍ରଶାସନକୁ ପରାମର୍ଶ ଦେଇଛନ୍ତି। ତିନିଟି ବିବାଦୀୟ ପ୍ରସଙ୍ଗକୁ ଛାଡି ଦେଇ ଅନ୍ୟ ସବୁ ଉପରେ ସହମତି ହୋଇଥିବା ପ୍ରଶାସନ ପୂର୍ବରୁ ସୂଚନା ଦେଇଥିଲା। ହେଲେ ମୂଳ ପ୍ରସଙ୍ଗଟିକୁ ପ୍ରଶାସନ ‌ଯେମିତି ଅଣଦେଖା କରିଥିବା କୁହାଯାଉଛି। ଦାନ ଦକ୍ଷିଣା ବ୍ୟବସ୍ଥାକୁ ଏଯାଏ ପ୍ରଶାସନ ବନ୍ଦ କରିପାରିନାହିଁ। ଆଜି ବି ଶ୍ରୀମନ୍ଦିରରେ ସମସ୍ତଙ୍କ ସମ୍ମୁଖରେ ଦକ୍ଷିଣା ଆଦାୟ ହୋଇଛି। କାହା ଭୟରେ ପ୍ରଶାସନ ନିରବ ରହିଛି ବୋଲି ପ୍ରଶ୍ନ ଉଠିଲାଣି।

ଶ୍ରୀମନ୍ଦିରରେ ଧାଡି ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା କ୍ଷେତ୍ରରେ ପ୍ରଶାସନର ବେଫିକର ପଣ ଏବେ ସାଧାରଣ ଭକ୍ତଙ୍କ କ୍ଷୋଭକୁ ଦ୍ୱିଗୁଣିତ କରିଛି। ବର୍ଷ ବର୍ଷ ଧରି ବାଇଶି ପାହାଚରେ ପିଣ୍ଡଦାନ ବ୍ୟବସ୍ଥା ରହିଛି। ରାଜ୍ୟର କୋଣ ଅନୁକୋଣରୁ ଲୋକମାନେ ଆସି ଏଠାରେ ପିତୃ ପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ କରିଥାନ୍ତି। ଶ୍ରୀମନ୍ଦିର ବାଇଶି ପାହାଚର ମହାତ୍ମ୍ୟ ଏତେ ଯେ ଛୋଟ ଛୋଟ ପିଲାମାନଙ୍କୁ ମାନସିକ ରଖି ବାପା ମାଆ ସେଠାରେ ଗଡାଇଥାନ୍ତି। ଏ ଉଭୟ କ୍ଷେତ୍ରରେ ଶ୍ରୀମନ୍ଦିର ପ୍ରଶାସନ କୌଣସି ବିକଳ୍ପ ବ୍ୟବସ୍ଥା ଗ୍ରହଣ ନକରି କିମ୍ବା ଶଙ୍କରାଚାର୍ଯ୍ୟଙ୍କ ସହିତ ପରାମର୍ଶ ନ କରି ବାଇଶି ପାହାଚରେ ବ୍ୟାରିେକଡ୍ ବ୍ୟବସ୍ଥା କରିେଦବା ଫଳରେ ଶହ ଶହ ବର୍ଷର ଏହି ପରମ୍ପରା ଭାଙ୍ଗିବାକୁ ବସିଲେଣି।

କେବଳ ସେତିକି ନୁେହଁ, ଶ୍ରୀମନ୍ଦିରକୁ ପ୍ରବେଶ ଲାଗି ସିଂହଦ୍ବାରକୁ ଏକକ ରାସ୍ତା ବୋଲି ସୂଚିତ କରାଯାଇଛି। ଭକ୍ତମାନଙ୍କ ମଧ୍ୟରେ ପ୍ରଶ୍ନ ଉଠିଲାଣି, ଶ୍ରୀମନ୍ଦିରକୁ ଯେଉଁମାନେ କେବଳ ମହାପ୍ରସାଦ ପାଇଁ ଯିବେ, ସେମାନେ ଧାଡି ଦର୍ଶନ ବ୍ୟବସ୍ଥାରେ କାହିଁକି ଯିବେ? ଆଜି ଶ୍ରୀମନ୍ଦିର ପ୍ରଶାସନ ଅକଳରେ ପଡି କହିଛି, ଉତ୍ତରଦ୍ୱାର ଦେଇ ଏମାେନ ମନ୍ଦିରକୁ ଯାଇପାରିେବ। ଯଦି ଏମିତି ହେବ, ତେବେ ଏକକ ପ୍ରବେଶ ବ୍ୟବସ୍ଥା ରହିଲା କେଉଁଠି? ପୁଣି ପ୍ରତ୍ୟହ ଶ୍ରୀମନ୍ଦିରରୁ ହଜାର ହଜାର ଲୋକଙ୍କ ପାଇଁ ବରାଦି ଅଭଡା ବାହରକୁ ଯାଏ। ଶୁଦ୍ଧଘର, ବିବାହ ଆଦି କାର୍ଯ୍ୟ ପାଇଁ ଏହି ଅଭଡା ଯାଇଥାଏ। ବର୍ତମାନ ବ୍ୟବସ୍ଥା ଅନୁସାରେ, ସୁଆରମାେନ ବରାଦି ଅଭଡା େଭାଗ ଘର ଠାରୁ ଆରମ୍ଭ କରି ଦକ୍ଷିଣ ଦ୍ୱାର ପର୍ଯ୍ୟନ୍ତ ରଖିଥାନ୍ତି। ଏେବ ଏମାେନ ଅଭଡା ନେବେ କେମିତି?

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଭକ୍ତମାେନ ଧା଼ଡି ଦର୍ଶନରେ ଗଲେ କାଶୀ ବିଶ୍ୱନାଥଙ୍କଠାରୁ ଆରମ୍ଭ କରି ଅେନକ ଦେବାେଦବୀଙ୍କୁ ଆଉ ଦର୍ଶନ କିମ୍ବା ଦୀପଦାନ କରିପାରିବେ ନାହିଁ। ଦେବତାଙ୍କ ଠାରୁ ଭକ୍ତମାନଙ୍କୁ ପ୍ରଶାସନ ଦୂରେଇ ଦେଲା। ଲକ୍ଷ ଲକ୍ଷ ଟଙ୍କା ନିଲାମ ନେଇ ଏସବୁ ମନ୍ଦିର ସାମ୍ନନାରେ ଯେଉଁମାନେ ଦୀପ ଦୋକାନ ନେଇଥିଲେ, ସେମାନଙ୍କୁ ପ୍ରଶାସନ ଅର୍ଥ ଫେରାଇବ କି?

ଏମିତି ସମସ୍ୟାର ସମାଧାନ ନକରି ପ୍ରଶାସନ ଯେଭଳି ତରବରିଆ ଭାବେ ପଦକ୍ଷେପ ନେଇଛି, ତାହା ସାଧାରଣ ଲୋକଙ୍କ ଭାବାବେଗକୁ ଗଭୀର ଆଘାତ ପହଞ୍ଚାଇଛି। ପ୍ରଶାସନର ଏଭଳି ପଦକ୍ଷେପ ନେବା ପଛର ଅଭିସନ୍ଧି ନେଇ ସାଧାରଣରେ ସନ୍ଦେହ ବଢିଲାଣି।

ଅନ୍ୟପକ୍ଷରେ ଶ୍ରୀମନ୍ଦିର ନବକଳେବର ମହାବିଭ୍ରାଟ ଘଟଣା ଶ୍ରୀମନ୍ଦିର ପ୍ରଶାସନକୁ ଅଧିକ ବିବାଦୀୟ କରିଦେଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦାୟିତ୍ୱରେ ବରିଷ୍ଠ ଆଇଏଏସ୍ ଅଫିସର ସୁରେଶ ଚନ୍ଦ୍ର ମହାପାତ୍ର ଥିବା ବେଳେ ହିଁ ବିଭ୍ରାଟ ସୃଷ୍ଟି ହେଲା। ସମଗ୍ର ଦେଶରେ ଏହାକୁ ନେଇ ଭକ୍ତ ବିଚଳିତ ହୋଇପଡିଥିଲେ ? ପ୍ରଶାସନ କଣ ନିେର୍ଦାଷ ଥିଲା? ନିରପେକ୍ଷ ବ୍ୟକ୍ତି ବା ସଂସ୍ଥାକୁ ତଦନ୍ତ କରିବା ଲାଗି ନିର୍ଦ୍ଦେଶ ଦେବା ବଦଳରେ ରାଜ୍ୟ ସରକାର ଶ୍ରୀ ମହାପାତ୍ରଙ୍କୁ ତଦନ୍ତ କରିବା ପାଇଁ କହିଲେ। ରିପୋର୍ଟ ଆସିଲା। ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀମାେନ ଏ ରିପୋର୍ଟ ଦେଖିଲେ। ତର୍ଜମା ପାଇଁ କମିଟିକୁ ଦିଆଗଲା। ଏଯାଏ କେହି ବି କହିଲେନି ଯେ ଏ ରିପୋର୍ଟ ଗୋପନୀୟ। କିନ୍ତୁ ତିନି ବର୍ଷ ମଧ୍ୟରେ ଏହି ରିପୋର୍ଟ କାର୍ଯ୍ୟକାରୀ ହେବା ଲାଗି ବାଟ ଖୋଲିଲା ବେଳକୁ ଶ୍ରୀମନ୍ଦିର ପ୍ରଶାସନ ଏହାକୁ ଗୁପ୍ତ ରିପୋର୍ଟ ବୋଲି କହିବା ଘଟଣା ଏବେ ସମୁଦାୟ ପ୍ରସଙ୍ଗକୁ ସନ୍ଦେହ ଭିତରକୁ ଟାଣିନେଲାଣି। କେବଳ ସେତିକି ନୁେହଁ, ରିପୋର୍ଟ କାର୍ଯ୍ୟକାରୀ କରିବା ଲାଗି କାହିଁକି ତିନିମାସ ଲାଗିବ, ତାହା ମଧ୍ୟ ଅନେକ ପ୍ରଶ୍ନକୁ ଜନ୍ମ ଦେଲାଣି।

ସମ୍ବନ୍ଧିତ ଖବର