ପୁରୀ : ଶ୍ରୀମନ୍ଦିର ଯାଞ୍ଚ ପାଇଁ ଆଜି ଏକ ବିଶେଷଜ୍ଞ ଦଳ ଶ୍ରୀମନ୍ଦିରରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଯାଞ୍ଚ ବେଳେ କମିଟି ନାଟମଣ୍ଡପ ଦୁର୍ବଳ ସ୍ଥିତିରେ ଥିବା ଜାଣିବାକୁ ପାଇଛନ୍ତି। ଖୁବ୍ଶୀଘ୍ର ଏହାର ମରାମତି କରାଯିବ। ସେହିଭଳି ଗରୁଡ ସ୍ତମ୍ଭ ପଛପାର୍ଶ୍ୱ ଦକ୍ଷିଣଭାଗକୁ ଥିବା ଭୋଗ ବୁହା ଦ୍ଵାର ଛାତରୁ ପାଣି ଗଳୁଥିବା ଅନୁଧ୍ୟାନରୁ ଜଣାପଡିଥିଲା। ଦୁର୍ବଳ ସ୍ଥାନଗୁଡ଼ିକର ମରାମତି ଅଗ୍ରାଧିକାର ଭିତ୍ତିରେ କରାଯିବ। ଅନ୍ୟପକ୍ଷରେ ଗତକାଲିଠାରୁ ଜଗମୋହନରେ ଲୋଡ୍ସେଲ୍ ଦିଆଯାଇଥିବା ବେଳେ ଏସି ଲାଗିବା ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିସହିତ ରୋଷଘର ଛାତର ସ୍ଥିତି ଅନୁଧ୍ୟାନ କରାଯାଇଛି। ଆଜି ଯାଞ୍ଚକାରୀ ଦଳରେ ଏଏସ୍ଆଇ କୋର୍ କମିଟିର ପରାମର୍ଶଦାତା ଗୋପାଳଚନ୍ଦ୍ର ମିଶ୍ର ଓ ବିଜୟ ରଥ ଉପସ୍ଥିତ ଥିଲେ।
ଶ୍ରୀମନ୍ଦିର ଯାଞ୍ଚ, ନାଟମଣ୍ଡପ ଦୁର୍ବଳ
/sambad/media/post_attachments/wp-content/uploads/2018/07/jaga-9.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)