ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି: ଆଗାମୀ ୨୪ ତାରିଖରୁ ପ୍ରତି ଶନିବାର ଓ ରବିବାର ଦୁଇଦିନ ବନ୍ଦ ରହିବ ଶ୍ରୀମନ୍ଦିର

ପୁରୀ: ସରିଲା ଛତିଶା ନିଯୋଗ ବୈଠକ। ବୈଠକରେ ନିଆଗଲା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି। ପରିବର୍ତ୍ତନ ହେଲା ଶ୍ରୀମନ୍ଦିର ଦର୍ଶନ  ବ୍ୟବସ୍ଥାକୁ ନେଇ ସ୍ୱତନ୍ତ୍ର ଏସଓପି। ରାଜ୍ୟ ବାହାର ଭକ୍ତଙ୍କ ପାଇଁ ଆରଟିପିସିଆର ନେଗେଟିଭ ପ୍ରମାଣପତ୍ର କିମ୍ବା ଟିକାର ଦୁଇଟି ଡୋଜ ନେଇଥିବା ପ୍ରମାଣପତ୍ର ବାଧ୍ୟତାମୂଳକ କରାଯାଇଛି। ୭ ଦିନ ମଧ୍ୟରେ କୋଭିଡ୍ ନେଗେଟିଭ ପ୍ରମାଣପତ୍ର ଥିବା ଆବଶ୍ୟକ। ସେପଟେ ସାନିଟାଇଜର ଓ ମାସ୍କ ବ୍ୟବହାର ଉପରେ କଡ଼ା କଟକଣା ଜାରି କରାଗଲା।

ଏଣେ ଭିତରକାଠ ଦର୍ଶନ ବନ୍ଦ। ବାହାର କାଠ ନିକଟରୁ ହେବ ସର୍ବସାଧାରଣ ଦର୍ଶନ। ଶ୍ରୀମନ୍ଦିର ଭିତରେ କୋଭିଡ୍ ଗାଇଡଲାଇନ ଅନୁପାଳନ ନେଇ ଗଠନ ହେବ ତିନୋଟି ଟିମ୍। ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନ ପକ୍ଷରୁ ତିନୋଟି ଟିମ୍ ମିଳିତ ଭାବେ ଏନଫୋର୍ସମେଣ୍ଟ କରିବେ। ସପ୍ତାହରେ ଦୁଇଦିନ ଅର୍ଥାତ ଶନିବାର ଓ ରବିବାର ଶ୍ରୀମନ୍ଦିର ବନ୍ଦ ରହିବ। ଏହି ସମୟରେ ଶ୍ରୀମନ୍ଦିର ଭିତର ବେଢା, ସ୍ୱତନ୍ତ୍ର ବ୍ୟାରିକେଡ, ବଡ଼ଦାଣ୍ଡ ଆଦି ସାନିଟାଇଜେସନ କରାଯିବ। ଆଗାମୀ ୨୪ ତାରିଖ ଶନିବାର ଠାରୁ ସପ୍ତାହରେ ଦୁଇଦିନ ଶ୍ରୀମନ୍ଦିର ବନ୍ଦ ରହିବ ବୋଲି ଭର୍ଚୁଆଲ ବୈଠକରେ ନିଷ୍ପତ୍ତି ନିଆଯାଇଛି।

ସମ୍ବନ୍ଧିତ ଖବର